www.samajalive.in
Thursday, December 11, 2025
23.1 C
Bhubaneswar

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ ଯୋରନ୍ଦା ରୋଡ୍ ମଧ୍ୟରେ ତୃତୀୟ/ଚତୁର୍ଥ ଲାଇନର କାର୍ଯ୍ୟକ୍ଷମତା ସହିତ ରାଜ ଆଠଗଡ଼ ଷ୍ଟେସନରେ ରେଳ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ପାଇଁ କିଛି ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ କରାଯାଇଛି। ଭୁବନେଶ୍ବର-ପଲାସା ମେମୁ, ଖଡ଼ଗପୁର-ଖୋର୍ଦ୍ଧାରୋଡ଼ ଏକ୍ସପ୍ରେସ ଏବଂ କଟକ-ଭଦ୍ରକ ମେମୁ ରେଳ କାର୍ଯ୍ୟକୁ ଦୃଷ୍ଟିରେ ରଖି ଚଳିତ ମାସରେ କିଛିଦିନ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୧୨ରୁ ୧୯ ମଧ୍ୟରେ ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ବର୍ତ୍ତମାନ ପୁନଃସଂଶୋଧିତ ମାର୍ଗ ଅର୍ଥାତ କୋଟଶିଲା ଜଙ୍କସନ-ମୁରି ଜଙ୍କସନ-ଚାଣ୍ଡିଲ-ସିନି-ରାଜଖରସୁଆଁ-ଜରୋଲି-ନୟାଗଡ଼-ଜଖପୁରା-କଟକ ଓ ଭୁବନେଶ୍ୱର ମଧ୍ୟ ଦେଇ ଚାଲିବ। ସେହିଭଳି ଡିସେମ୍ବର ୧୧ରୁ ୧୯ ମଧ୍ୟରେ ଭୁବନେଶ୍ୱର-ଧାନବାଦ ସ୍ପେଶାଲ ବର୍ତ୍ତମାନ ପୁନଃସଂଶୋଧିତ ମାର୍ଗ ଅର୍ଥାତ ଭୁବନେଶ୍ୱର-କଟକ-ଜଖପୁରା-ନୟାଗଡ଼-ଜରୋଲି-ରାଜଖରସୁଆଁ-ସିନି-ଚାଣ୍ଡିଲ-ମୁରି ଜଙ୍କସନ ଓ କୋଟଶିଲା ଜଙ୍କସନ ମଧ୍ୟ ଦେଇ ଚାଲିବ। ଡିସେମ୍ବର ୧୩ରେ ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ୍ ସୁପରଫାଷ୍ଟ ଏକ୍ସପ୍ରେସ ବର୍ତ୍ତମାନ ପୁନଃସଂଶୋଧିତ ମାର୍ଗ ଅର୍ଥାତ ଭୁବନେଶ୍ୱର-ବାରଙ୍ଗ-ନରାଜ ମାର୍ଥାପୁର-କପିଳାସ ରୋଡ- ଯାଜପୁର କେନ୍ଦୁଝର ରୋଡ-ଭଦ୍ରକ-ହିଜଲି-ମିଦନାପୁର-ଆଦ୍ରା ଜଙ୍କସନ- ଭୋଜୁଡିହ-ଖାନୁଡିହ ଓ ଗୋମୋହ ଜଙ୍କସନ ମଧ୍ୟଦେଇ ଚାଲିବ। ଡିସେମ୍ବର ୧୫ରେ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଗୋମୋହ ଜଙ୍କସନ–ଖାନୁଡିହ–ଭୋଜୁଡିହ ଜଙ୍କସନ – ଆଦ୍ରା ଜଙ୍କସନ–ମିଦନାପୁର–ହିଜଲି–ଭଦ୍ରକ–ଯାଜପୁର କେନ୍ଦୁଝର ରୋଡ–କପିଳାସ ରୋଡ–ନରାଜ ମାର୍ଥାପୁର–ବାରଙ୍ଗ ଓ ଭୁବନେଶ୍ୱର ଦେଇ ଚାଲିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories