କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା ମହାରଣା। ଲୋକପ୍ରିୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୌନ୍ ବନେଗା କରୋଡ଼ପତିରେ ଅଂଶଗ୍ରହଣ କରି ୧୨.୫ ଲକ୍ଷ ଟଙ୍କାର ଅର୍ଥରାଶି ଜିତିଛନ୍ତି। ସେ ବର୍ତ୍ତମାନ ହରିୟାଣାର ହିସାରରେ ଥିବା ଚୌଧୁରୀ ଚରଣ ସିଂହ କୃଷି ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ରୋଗ ବିଜ୍ଞାନରେ ସ୍ନାତକୋତ୍ତର କରୁଛନ୍ତି। ଶୀତଲ ୧୨ଟି ପ୍ରଶ୍ନର ଠିକ ଉତ୍ତର ଦେଇଥିଲେ। ଶୋ’ରେ ତାଙ୍କର ସ୍ଥିରତା, ଧୀର ସ୍ୱଭାବ, ମେଧାଶକ୍ତିକୁ ଦର୍ଶକ ଓ ଅମିତାଭ ବଚ୍ଚନଙ୍କୁ ମଧ୍ୟ ମୁଗ୍ଧ କରିଥିଲା। ସେ ତାଙ୍କ ପୁରସ୍କାର ରାଶିକୁ ଆଗାମୀ ଅଧ୍ୟୟନ ଓ ପରିବାର ସହଯୋଗରେ ବ୍ୟୟ କରିବାକୁ ଯୋଜନା କରୁଛନ୍ତି।
Popular Categories



