www.samajalive.in
Friday, December 12, 2025
23.1 C
Bhubaneswar

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ସ୍ଥାନୀୟ ଅଦାଲତ ୧୪ ଦିନିଆ (ଡିସେମ୍ବର ୧୬-୨୯) ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭଉଣୀ ବାହାଘର ପାଇଁ ଉମର ଏଭଳି ଜାମିନ ପାଇଁ ଆବେଦନ କରିଥିଲେ। କୋଡିଏ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍‌ ଏବଂ ଦୁଇଜଣ ସ୍ୟୁରିଟି ଯୋଗାଡ କରିବାପରେ ତାଙ୍କୁ ଜାମିନ ମିଳିଥିବା ପ୍ରକାଶ। ତେବେ ଅଦାଲତ ଉମରଙ୍କ ପାଇଁ କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି। ଜାମିନରେ ବାହାରକୁ ଆସିଥିବାବେଳେ ଉମର ସାମାଜିକ ଗଣମାଧ୍ୟମ ବ୍ୟବହାର କରିପାରିବେ ନାହିଁ ଏବଂ ପରିବାର, ବନ୍ଧୁମାନଙ୍କୁ ଭେଟିପାରିବେ ବୋଲି ନିର୍ଦେଶ ଦିଆଯାଇଛି। ଗତ ଜାନୁଆରୀରେ ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ଉମରଙ୍କୁ ସାତ ଦିନିଆ ଅନ୍ତରୀଣ ଜାମିନ ମିଳିଥିଲା। ସୂଚନାଯୋଗ୍ୟ ସିଏଏକୁ ବିରୋଧ କରି ୨୦୨୦ ଫେବୃଆରୀ​‌ରେ ଦିଲ୍ଲୀର ସାହିନବାଗରେ ବିକ୍ଷୋଭ ଓ ଦଙ୍ଗା ହୋଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories