www.samajalive.in
Thursday, December 11, 2025
18.1 C
Bhubaneswar

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ । ଏହାପରେ ସେ ତାଙ୍କର ରକ୍ତ ପିଇଥିଲେ । ଏହି ମହିଳାଙ୍କୁ ଶୈତାନର ରୂପ ବୋଲି କୁହାଯାଇଥିଲା । ନିଜର ପଡୋଶୀଙ୍କୁ କ୍ରୁର ଭାବେ ହତ୍ୟା କରିଥିଲେ । ପୁଲିସ ଏହାର ସୂଚନା ପାଇ ସେଠାରେ ପହଞ୍ଚିବା ବେଳକୁ ସେ ସେଠାରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ପୁଲିସ ତାଙ୍କୁ ଗିରଫ କରିଥିଲା ।
ସିଥିଆ ମିଙ୍ଗ ନାମକ ୫୪ ବର୍ଷିୟା ମହିଳା ତାଙ୍କ ପଡୋଶୀରେ ରହୁଥିବା ୪୫ ବର୍ଷିୟ ଏଂଜି ମୁରଙ୍କ ଘରେ ପଶି ହତ୍ୟା କରିଥିଲେ । ଏହାପରେ ସେ ତାଙ୍କର ରକ୍ତ ପିଇଥିଲେ। ତାଙ୍କ ପଡୋଶୀ ତାଙ୍କ ପାଳିତ କୁକୁରକୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା ।

ପଢନ୍ତୁ କାହିଁକି ବିଛଣା ପାଖରେ ରଖିବେନି ଔଷଧ

ପୋଷାକୁକୁରକୁ ପଡୋଶୀ ହତ୍ୟା କରିଥିବା ସିଥିଆ ଜାଣିବାପରେ ପ୍ରବଳ ରାଗିଯାଇଥିଲେ । ଏହାପରେ ସେ ମୁରଙ୍କ ଘରେ ପଶି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଚଟାଣରେ ରକ୍ତ ବୋହିଥିଲା । ମୁରଙ୍କ ରକ୍ତକୁ ସିଥିଆ ପିଇବାରେ ଲାଗିଥିଲେ ।

- Advertisement -

ପ୍ରଥମେ ସିଥିଆ ନିଜକୁ ନିର୍ଦୋଷ ବୋଲି କହିଥିଲେ । ଏକ ପାଗଳପଣରେ ସେ ମୁରଙ୍କୁ ହତ୍ୟା କରିଥିବା କଥା କହିଥିଲେ । ମାତ୍ର ସେଠାକାର ଅଦାଲତ ସିଥିଆଙ୍କୁ ୫୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ବାକି ଜୀବନ ତକ ସେ ଜେଲ୍‌ରେ ରହିବେ ।

ମୁରଙ୍କ ଘରେ ସିଥିଆ ରାତିରେ ତାଙ୍କ କାଚ ଝରକା ଭାଙ୍ଗି ପଶିଥିଲେ । ଏହାପରେ ମୁରଙ୍କ ହାତରୁ ବନ୍ଧୁକ ଛଡାଇ ତାଙ୍କୁ ହତ୍ୟା କରିଥିଲେ । ପରେ ସେ ତାଙ୍କୁ ତଳେ ପକାଇ ତାଙ୍କ ରକ୍ତ ପିଇଥିଲେ । ଏହି ଘଟଣା ପୂର୍ବରୁ ମୁର ତାଙ୍କ ଘରର ଝରକା ଭାଙ୍ଗି କିଏ ପଶିବାକୁ ଉଦ୍ୟମ କରୁଥିବା କଥା ଜରୁରୀ କାଳୀନ ନମ୍ବରେ ଜଣାଇଥିଲେ । ପୁଲିସ ପହଞ୍ଚିବା ବେଳକୁ ମୁରଙ୍କ ହତ୍ୟା ହୋଇସାରିଥିଲା ସିଥିଆ ସେତେବେଳ ତାଙ୍କ ରକ୍ତ ପିଉଥିଲେ । ଗିରଫ ପରେ ସେ ହତ୍ୟା ଓ ରକ୍ତ ପିଇଥିବା କଥା ସ୍ୱୀକାର କରିଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories