www.samajalive.in
Saturday, December 6, 2025
19.1 C
Bhubaneswar

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ ଶୋଇବା ବିଛଣା ଉପରେ ମୁଣ୍ଡ ଉପରେ ଔଷଧ ରଖି ଶୋଇପଡନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ବିଛଣା ପାଖରେ ଔଷଧ ରଖିବା ଠିକ୍ ନା ଭୁଲ, ଏହାର ପରିଣାମ କ’ଣ ହୋଇପାରେ ? ଲୋକମାନେ ବିଛଣା ପାଖରେ ଔଷଧ ରଖନ୍ତି ଯାହା ଦ୍ୱାରା ଆବଶ୍ୟକ ହେଲେ ତୁରନ୍ତ ନେଇହେବ।

କିନ୍ତୁ ଯଦି ଆମେ ବାସ୍ତୁକୁ ଦେଖିବା ତେବେ ବାସ୍ତୁ ଅନୁସାରେ, କେବେ ବି ବିଛଣା ପାଖରେ ଔଷଧ ରଖିବା ଉଚିତ୍ ନୁହେଁ। ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣନ୍ତୁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଯେଉଁ ସ୍ଥାନରେ ଶୋଉଛନ୍ତି , ସେ ସ୍ଥାନକୁ ସର୍ବଦା ସଫା ରଖନ୍ତୁ। ସେଠାରେ କୌଣସି ନକାରାତ୍ମକ ଜିନିଷ ନ ରଖାଯିବା ଉଚିତ। ତେଣୁ ଔଷଧ ଗୁଡ଼ିକୁ ସର୍ବଦା ଶୋଇବା ଘର ବାହାରେ ଏକ ବନ୍ଦ ଘରେ ରଖିବା ଦ୍ୱାରା ଆପଣଙ୍କ ଚାରିପାଖରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିପାରିବ ନାହିଁ। ଯଦି ଆପଣ ଶୋଇବା ଘରେ ଔଷଧ ରଖୁଛନ୍ତି, ତେବେ ଘରର ଦକ୍ଷିଣ-ପୂର୍ବ କୋଣରେ ଥିବା ଏକ ଆଲମାରୀରେ ରଖନ୍ତୁ।

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୋଇବା ସ୍ଥାନ ବ୍ୟକ୍ତିର ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ଚନ୍ଦ୍ରମା ସହିତ ଜଡିତ। ଯଦି ଔଷଧକୁ ମୁଣ୍ଡ ପାଖରେ ରଖାଯାଏ, ତେବେ ମନ ଅସ୍ଥିର ହୋଇଥାଏ ଏବଂ ଚନ୍ଦ୍ର ପ୍ରଭାବିତ ହୁଏ। ରୋଗରୁ ସୁସ୍ଥ ହେବା କଷ୍ଟସାଧ୍ୟ ହୋଇଥାଏ। ଏଥିପାଇଁ ବହୁତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥାଏ। ମୁଣ୍ଡ ପାଖରେ ଔଷଧ ରଖିଲେ ନିଦ୍ରାହୀନତା ଏବଂ ଦୁଃସ୍ୱପ୍ନ ଆସିଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ, ଔଷଧ ରଖିବା ପାଇଁ ଏକ ସଠିକ୍ ସ୍ଥାନ ନିରୂପଣ କରିବା ଅତ୍ୟନ୍ତ ଜରୁରୀ। ଉତ୍ତର-ପୂର୍ବ ଦିଗ କିମ୍ବା ଇଶାନ କୋଣ ଔଷଧ ସଂରକ୍ଷଣ ପାଇଁ ସର୍ବୋତ୍ତମ ଦିଗ। ଏହା ଆମ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଆଣିବ ଏବଂ ଆର୍ଥିକ ଖର୍ଚ୍ଚ ହ୍ରାସ କରିବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories