www.samajalive.in
Sunday, December 7, 2025
15.1 C
Bhubaneswar

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ରାତିରେ ସ୍ବଦେଶ ଫେରିଯାଇଛନ୍ତି। ଯିବା ପୂର୍ବରୁ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ତାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ନୈଶ ଭୋଜିର ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁଟିନଙ୍କୁ ନାନା ପ୍ରକାର ନିରାମିଷ ବ୍ୟଞ୍ଜନ ପରସା ଯାଇଥିଲା। ହେଲେ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି କଂଗ୍ରେସ। ପୁଟିନଙ୍କୁ କାହିଁକି କେବଳ ନିରାମିଷ ଖାଦ୍ୟ ପରସାଗଲା। କ’ଣ ପାଇଁ ମଦ, ମାଂସ ଓ ମାଛ ଦିଆଗଲା ନାହିଁ। ଏଭଳି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା କାର୍ତ୍ତି ଚିଦମ୍ବରମ।

କାର୍ତ୍ତି ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବିଜେପି ସରକାର ସଂସ୍କୃତି ନାମରେ ଶୁଦ୍ଧତାବାଦୀ ଶାକାହାର ପ୍ରଥା ଲାଗୁ କରିବାକୁ ଉଦ୍ୟମ କରିଛି। ସମ୍ପୂର୍ଣ୍ଣ ନିରାମିଷ ? କାହିଁକି ? ଖାଦ୍ୟରେ ଖାସି ମାଂସ, କୁକୁଡ଼ା ମାଂସ, ମାଛ ଏବଂ ଭାରତୀୟ ମଦ କ’ଣ ପାଇଁ ସାମିଲ କରାଯାଇ ନାହିଁ। ୮୦ ପ୍ରତିଶତ ଭାରତୀୟ ମାଂସାହାରୀ। ଆମ ରନ୍ଧନ ସଂସ୍କୃତିର ଏହା ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। କିନ୍ତୁ ଶୁଦ୍ଧତାବାଦୀ ଶକାହାର ଖାଦ୍ୟ ବିଜେପି ଏବଂ ଏହାର ସହଯୋଗୀମାନଙ୍କର ଚିନ୍ତାଧାରା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories