www.samajalive.in
Saturday, December 6, 2025
26.1 C
Bhubaneswar

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶନିବାର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। ଏ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହଜାର ହଜାର ମୁସଲମାନ ଯୋଗଦେଇଥିଲେ। ନାରା-ଏ-ଦକବୀର, ଆଲ୍ଲାହୁ ଅକବର ନାରାରେ ଅଞ୍ଚଳ କମ୍ପି ଉଠିଥିଲା। ମଞ୍ଚରେ ରିବନ ଫିତା କାଟି ହୁମାୟୁନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ବିଫଳ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ହୁମାୟୁନ କହିଛନ୍ତି। କିନ୍ତୁ ହଜାର ହଜାର ଲୋକ ଏକାଠି ହେବାରୁ ଷଡ଼ଯନ୍ତ୍ରକାରୀ ନିଜ ଉଦ୍ୟମରେ ସଫଳ ହୋଇପାରି ନ ଥିଲେ।

- Advertisement -

ନିକଟରେ ହୁମାୟୁନ କହିଥିଲେ ଯେ ସେ ବେଲଡାଙ୍ଗରେ ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କୌଣସି ଶକ୍ତି ତାଙ୍କୁ ଅଟକାଇପାରିବ ନାହିଁ। କଲକାତା ହାଇକୋର୍ଟଙ୍କ ଆଦେଶ ଅନୁସାରେ ସେ କାର୍ଯ୍ୟ କରିବେ। ବେଲଡାଙ୍ଗରେ କେବଳ ମସଜିତ ହେବନାହିଁ, ସେଠାରେ ଏକ ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ବି ନିର୍ମାଣ କରାଯିବ।

ଶନିବାର ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୪୦ ହଜାର ଲୋକଙ୍କ ପାଇଁ ବିରିୟାନୀ ପ୍ରସ୍ତୁତ ହୋଇଥିଲା। ଖାଦ୍ୟ ପାଇଁ ୩୦ ଲକ୍ଷ ଟଙ୍କାର ବିଲ୍‌ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହୁମାୟୁନ ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଘୋଷଣା କରିବା ପରେ ଟିଏମସିରୁ ତାଙ୍କୁ ବିଦା କରାଯାଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories