ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ ଫିନାଲେ ପାଖେଇ ଆସୁଛି। ସଦ୍ୟତମ ଏପିସୋଡରେ, ମାଳତୀ ଚହର ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କ ମଧ୍ୟରୁ ବାହାରି ଯାଇଛନ୍ତି। ଏହି ସମ୍ପୂର୍ଣ୍ଣ ସିଜିନରେ ଝଗଡ଼ା, ବନ୍ଧୁତା ଏବଂ ପ୍ରଚୁର ଡ୍ରାମା ଦେଖାଯାଇଥିଲା। ଏବେ, ଶୋ’ଟି ଦ୍ରୁତ ଗତିରେ ଗ୍ରାଣ୍ଡ ଫିନାଲେ ଆଡକୁ ଗତି କରୁଛି। ତେବେ ମାଳତୀ ଶୋରୁ ବାହାରିବା ପରେ ଶୋର ବିଜେତା କିଏ ହେବେ , ସେ ନେଇ ସ୍ପଷ୍ଟ କରିଛନ୍ତି।
ମାଳତୀ ଚହର କହିଛନ୍ତି, “ବିଗ୍ ବସ୍ ଦେଶର ସବୁଠାରୁ ବଡ଼ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ। ମୋତେ ପୂର୍ବରୁ ଅନେକ ଅଫର୍ ମିଳିଥିଲା, କିନ୍ତୁ ମୁଁ ଲଗାତାର ଝଗଡ଼ାକୁ ଡରୁଥିଲି। ଏଥର କିନ୍ତୁ ମୁଁ ଭାବିଲି, କେବଳ ଝଗଡ଼ା ନୁହେଁ, ମୋର ସୃଜନଶୀଳତା ମଧ୍ୟ ମୁଁ ପ୍ରଦର୍ଶନ କରିପାରିବି। ମୁଁ ଜଣେ ଲେଖକ-ନିର୍ଦ୍ଦେଶକ, ତେଣୁ ମୁଁ ଘରେ କବିତା ଲେଖିଲି ଏବଂ ପାଠ କଲି। ମୋର ଏକମାତ୍ର ଲକ୍ଷ୍ୟ ଥିଲା ମୋତେ ଲୋକେ ଜାଣନ୍ତୁ ଏବଂ ଭଲ ପାଆନ୍ତୁ। ଯାହା ମୋତେ ପ୍ରଚୁର ପରିମାଣରେ ମିଳିଛି। ଶେଷରେ ଫାଇନାଲରେ ସେ କାହାକୁ ଦେଖିବାକୁ ଚାହାଁନ୍ତି ବୋଲି ପଚରାଯିବାରୁ, ମାଳତୀ କହିଛନ୍ତି ” ମୋର କେହି ପ୍ରିୟ ନୁହଁନ୍ତି, ୫ ଜଣ ପ୍ରତିଯୋଗୀ ସମାନ। ଜନସାଧାରଣ ଯାହାକୁ ବାଛିବେ ସେ ଜିତିବେ।”



