ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ ଖେଳାଯାଉଛି । ଆଜି ଟସ୍ ଜିତିଛି ଭାରତ । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୧ରେ ସିରିଜ ବରାବର ରହିଥିବା ବେଳେ ଆଜି ବିଶାଖାପାଟଣାର ଡକ୍ଟର ୱାଇଏସ୍ ରାଜଶେଖର ରେଡ୍ଡୀ ଏସିଏ-ବିଡ଼ିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି । ୪ଓଭରରେ ୧୭ରନରେ ଗୋଟିଏ ୱିକେଟ୍ ହରାଇଛି ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ହୋଇଛି ।
ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି କେ.ଏଲ ରାହୁଲ । ପ୍ରଥମ ମ୍ୟାଚ୍ରେ ୩୫୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲେ ହେଁ ଶେଷ ପର୍ଯ୍ୟନ୍ତ ଲଢ଼ି ଦକ୍ଷିଣ ଆଫ୍ରିକା ୧୭ ରନ୍ରେ ପରାସ୍ତ ହୋଇଥିଲା। ରାୟପୁର ମ୍ୟାଚ୍ରେ ଭାରତ ୩୫୮ ରନ୍ କରିଥିଲେ ହେଁ ଦକ୍ଷିଣ ଆଫ୍ରିକା ଏହାକୁ ଜିତି ନେଇଥିଲା। ଭାରତ ମାଟିରେ ଏହା ୨ୟ ସର୍ବାଧିକ ରନ୍ର ପିଛାକରି ବିଜୟ। ସ୍ବାଭାବିକ ଭାବେ ଉଭୟ ମ୍ୟାଚ୍ରେ ଭାରତୀୟ ବୋଲିଂର ଦୁର୍ବଳତା ପଦାରେ ପଡ଼ିଛି।



