www.samajalive.in
Friday, December 5, 2025
17.1 C
Bhubaneswar

ଗୋଟିଏ କାର୍‌ରେ ମୋଦୀ ଓ ପୁଟିନ

ନୂଆଦିଲ୍ଲୀ : ପାଲାମ ବିମାନ ବନ୍ଦରରେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ ଜଣାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନ ଏକାଠି ଗୋଟିଏ କାର୍‌ରେ ଫେରିଥିବା ଜଣାପଡିଛି। ପୁଟିନଙ୍କ ଭାରତ ଗସ୍ତ ପାଇଁ ରୁଷ୍‌ରୁ ତାଙ୍କର ସ୍ବତନ୍ତ୍ର ଅଉରସ୍‌ ସେନାଟ୍‌ କାର୍‌ ଅଣାଯାଇଛି। ତେବେ ପୁଟିନ ଏ କ୍ଷେତ୍ରରେ ମଧ୍ୟ ପ୍ରୋଟୋକଲ ଭାଙ୍ଗିଥିବା ଜଣାପଡିଛି। ବିମାନ ବନ୍ଦରରୁ ପୁଟିନ ନିଜସ୍ବ କାର୍‌ ପରିବର୍ତ୍ତେ ମୋଦୀଙ୍କ ସହ ଏକାଠି ଗୋଟିଏ ଧଳାରଙ୍ଗର ଟୟୋଟା ଫଚ୍ୟୁନର ସିଗ୍‌ମା କାରରେ ଫେରିଥିଲେ। ଏହି କାର୍‌ଟି ମହାରାଷ୍ଟ୍ରରେ ପଞ୍ଜିକୃତ ହୋଇଥିବା ପ୍ରକାଶ। ସୂଚନାଯୋଗ୍ୟ ଚଳିତବର୍ଷ ସେପ୍ଟେମ୍ବରରେ ଚୀନ୍‌ର ତିଆନଜିନ୍‌ ସହରରେ ଏସସିଓ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ପୁଟିନ ନିଜର ଅଉରସ୍‌ ସିନାଟ୍‌ କାର୍‌ରେ ମୋଦୀଙ୍କୁ ବସାଇ ସମ୍ମିଳନୀ ସ୍ଥାନ ପର୍ଯ୍ୟନ୍ତ ନେଇଥିଲେ। ସେତେବେଳେ ଏହି ଦୃଶ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Hot this week

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

ସମ୍ପାଦକୀୟ : ସଞ୍ଚାର ସାଥୀ ଆପ୍‌

ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର...

ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି...

ସମ୍ପାଦକୀୟ : ଭାରତରେ ପୁଟିନ୍‌

ସମୟର ଦୋ’ଛକିରେ ସମ୍ପର୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି...

Related Articles

Popular Categories