ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ପାଙ୍ଗାପାଜୁରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପୁଲିସ। ଏଠାରେ ଦେଶୀ ବନ୍ଧୁକ ତିଆରି କରାଯାଇ ବାହାରକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ବିଶେଷ କରି ଶିକାର ପାଇଁ ଏହି ବନ୍ଧୁକ ତିଆରି ହେଉଥିବା କୁହାଯାଉଛି। ସେଠାରୁ ପୁଲିସ ୩ଟି ଦେଶୀ ବନ୍ଧୁକ ଜବତ କରିଛି। ତା ସହିତ ବନ୍ଧୁକ ତିଆରି କରିବା ଲାଗି ଦରକାର ପଡ଼ୁଥିବା ସରଞ୍ଜାମକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନିଜ ଘରେ ଏହି ବନ୍ଧୁକ ତିଆରି କାରଖାନା ଚଳାଇଥିଲା। ତା’ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।



