www.samajalive.in
Sunday, December 14, 2025
19.1 C
Bhubaneswar

ଲଘୁ ଖଣିଜ ଚୋରି: ୩ ବର୍ଷରେ ୧୨୬ କୋଟି ଜରିମାନା ଆଦାୟ କଲେଣି ସରକାର

ସମାଜଲାଇଭ ଡେସ୍କ: ରାଜ୍ୟରେ ଲଘୁ ଖଣିଜ ଚୋରି ହେଉଛି। ସରକାର ଚଢ଼ାଉ କରି ଏ ବାବଦରେ ଜୋରିମାନା ଆଦାୟ କରୁଛନ୍ତି। ୨୦୨୨ ଜାନୁୟାରୀରୁ ୨୦୨୫ ଅକ୍ଟୋବର ମାସ ମଧ୍ୟରେ ସରକାର ୧୨୬ କୋଟି ଟଙ୍କା ଜରିମାନା ବାବଦରେ ଆଦାୟ କରିଚନ୍ତି ବୋଲି ଗୁରୁବାର ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ବିଧାନସଭାରେ ଲିଖିତ ଉତ୍ତର ରଖାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୩୦ ଜିଲାରୁ ଲଘୁ ଖଣିଜ ଚୋରି ହେଉଛି। ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୬୫୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି। ଲଘୁ ଖଣିଜ ଚୋରା ଚାଳାଣ ରୋକିବା ଲାଗି ୩୦ ଜିଲାରେ ୧୫ ହଜାର ୧୮୭ ଧରପଗଡ଼ ହୋଇଛି। ୩ ହଜାର ୧୧୯ଟି ମାମଲା ରୁଜୁ ହୋଇଛି। ଜରିମାନା ବାବଦରେ ୧୨୬ କୋଟି ୫୧ ଲକ୍ଷ ୭୮ ହଜାର ଟଙ୍କା ଆଦାୟ କରାଯାଇଛି।

- Advertisement -

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ସର୍ବାଧିକ ବାଲି ଚୋରି ହେଉଥିବା ୧୧ଟି ଅତ୍ୟଧିକ ସମ୍ବେଦନଶୀଳ ତହସିଲ ଚିହ୍ନଟ ହୋଇଛି। ଏହି ୧୧ ତହସିଲ ଅଞ୍ଚଳରୁ ବାଲି, ମୋରମ, ପଥର ଚୋରି ହେଉଛି। ସେସବୁ ତହସିଲ ହେଉଛି ଧର୍ମଶାଳା, ଝାରସୁଗୁଡ଼ା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ଵର, ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁର।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories