www.samajalive.in
Sunday, December 14, 2025
26.1 C
Bhubaneswar

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକ ନବମ ଶ୍ରେଣୀ ଛାତ୍ରଠାରୁ ଏକ ବନ୍ଧୁକ ଜବତ ହୋଇଛି। ଖବରନେବାରେ ଜଣାଯାଇଛି ଯେ, ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ଶିକ୍ଷାଦାନ ଶେଷ କରି ବାହାରୁଥିବା ସମୟରେ ସମ୍ପୃକ୍ତ ଛାତ୍ର ଏକ ବନ୍ଧୁକ ବାହାର କରିଥିବା ଦେଖିଥିଲେ। ତତ୍‌‌ପରେ ଶିକ୍ଷକ ଉକ୍ତ ଛାତ୍ରଠାରୁ ବନ୍ଧୁକ ଆଣି ପ୍ରଧାନ ଶିକ୍ଷକଙ୍କ ନିକଟରେ ତାକୁ ହାଜର କରିଥିଲେ। ପ୍ରଧାନ ଶିକ୍ଷକ ଏହି ଘଟଣା ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କ ସହିତ ପରାମର୍ଶ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଛାତ୍ରକୁ ପୁଲିସ୍‌‌କୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତତ୍‌‌ପରେ ପ୍ରଧାନ ଶିକ୍ଷକ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କୁଦାନଗରୀ ଥାନା ପୁଲିସ୍‌‌କୁ ଡାକିଥିଲେ। ପୁଲିସ ବନ୍ଧୁକ ଜବତ କରିବା ସହ ମାମଲା ରୁଜୁ କରି ଛାତ୍ରକୁ ନିଜ ହେପାଜତକୁ ନେଇଛି ବୋଲି ତଦନ୍ତ ଅଧିକାରୀ କୈଳାସ ପରିଡ଼ା କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories