www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ

ଭୁବନେଶ୍ବର : ରାହୁଲଙ୍କ ଡାକରାରେ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପହଞ୍ଚିଛନ୍ତିି। ଭୋଟ ଚୋରିକୁ ନେଇ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା ଜନ ଆନ୍ଦୋଳନରେ ନେତାମାନେ ସାମିଲ ହେବେ। ଗୋଟିଏ ପଟେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ କଂଗ୍ରେସ ନେତା ଏକଜୁଟ ହେବା ଭିନ୍ନ କିଛି ଇସାରା ଦେଉଛି।
ଦଳୀୟ ସଙ୍ଗଠନରେ ସୁଧାର ଆଣିବାକୁ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ମୋକିମ ଲେଖିଥିବା ଚିଠିକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ ଦଳର ବିଫଳତା ପାଇଁ ସେ ଏଆଇସିସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ଯୁବବର୍ଗଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯାଉନି ବୋଲି ସିଧାସଳଖ ଆକ୍ଷେପ କରିଥିବା ବେଳେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଏବେକାର ପିିସିସି ସଭାପତି ଭକ୍ତ ଦାସଙ୍କୁ ନିଶାଣ କରିଥିଲେ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ନେଇ ବି ପ୍ରଶ୍ନ କରିଥିଲେ। ଚିଠିକୁ ନେଇ ମୋକିମଙ୍କ ସପକ୍ଷ ଓ ବିରୋଧରେ ରାଜ୍ୟ କଂଗ୍ରେସର ବହୁ ନେତା ସ୍ବର ଉଠାଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଭକ୍ତଙ୍କ ସମର୍ଥକ ଦାବି କରୁଛନ୍ତି। ଏଣେ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଅନ୍ୟପକ୍ଷରେ ଭୋଟ ଚୋରି ଅବସରରେ ଓଡ଼ିଶା ନେତା ଦିଲ୍ଲୀରେ ଏକାଠି ହେବା ଅନେକ କିଛି ଚର୍ଚ୍ଚାକୁ ବଢ଼ାଇଛି।
ଜନ ଆନ୍ଦୋଳନ‌େ‌ର ସାମିଲ ହେବାକୁ ଶୁକ୍ରବାରଠାରୁ ଦିଲ୍ଲୀରେ ରାଜ୍ୟ କଂଗ୍ରେସରେ ତୁଙ୍ଗ ନେତା ଓ ଶତାଧିକ କର୍ମୀ ଡେରା ପକାଇଛନ୍ତି। ରାଷ୍ଟ୍ରୀୟ ରାଜଧାନୀରେ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତି ରାଜ୍ୟ କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛି। ମୋକିମଙ୍କ ଚିଠି ପ୍ରସଙ୍ଗରେ ଏଆଇସିସିରେ ମାନସମନ୍ଥନ ଚାଲିଛି। ଦିଲ୍ଲୀ ଯାଇନଥିବା ରାଜ୍ୟର ତୁଙ୍ଗନେତାଙ୍କୁ ଫୋନ ଆସୁଛି। ରାଜ୍ୟରେ ଦଳର ସାଙ୍ଗଠନିକ କନ୍ଦଳ ସମ୍ପର୍କରେ ଏଆଇସିସି ତଥ୍ୟ ସଂଗ୍ରହ କରୁଥିବା କୁହାଯାଉଛି। ଦିଲ୍ଲୀରେ ହଲ୍‌ଚଲକୁ ଦେଖିଲେ, ଆସନ୍ତା ସପ୍ତାହରେ ମୋକିମଙ୍କ ଚିଠି ଉପରେ ଏଆଇସିସି କୌଣସି ବି ପଦକ୍ଷେପ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories