www.samajalive.in
Sunday, December 14, 2025
26.1 C
Bhubaneswar

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିବା । ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ ଶୁକ୍ର ଶୁକ୍ରବାର ଗିରଫ କରିଛି ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ଅପରାହ୍ନରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଦଳ ଅଭିଯୁକ୍ତ ସନ୍ତୋଷକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଶୁକ୍ରବାର ନକଲି ମୋବାଇଲ ବିକ୍ରି ଲିଙ୍କ୍‌ରେ ବନ୍ତ ସବଇନ୍ସପେକ୍ଟର ଥାନା ଅଞ୍ଚଳର ଗଭିଗହିଆ ତରାଗୋ ଗ୍ରାମର ଅଜୟ ଓରଫ ମହେଶ୍ଵର ପୁଣ୍ଟିଆକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଉଭୟଙ୍କୁ ଭଦ୍ରକ କୋର୍ଟର ଟ୍ରାଞ୍ଜିଟ ରିମାଣ୍ଡ ଅନୁମତି ଅନୁମତିରେ ଦିଲ୍ଲୀ ନିଆଯାଇଛି। ନୂତମ ତନ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡ ଉପଯୋଗ କରି ସେହି ଗ୍ରାହକଙ୍କ ଅଜାଣତରେ ଏକକାଳୀନ ବହୁ ସିମ କାର୍ଡ ଆକ୍ଟିଭ କରାଯାଉଥିଲା।

ଆକ୍ଟିଭ ହୋଇଥିବା ଅନ୍ୟ ସିମ କାର୍ଡକୁ ଉଚ୍ଚ ଦରରେ ବେନାମୀ ଲୋକଙ୍କୁ ବିକ୍ରି କରାଯାଉଥିଲା ବୋଲି କୁହାଯାଇଛି । ଏଭଳି ବିକ୍ରି ହୋଇଥିବା ବେନାମୀ ସିମ କାର୍ଡ ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା। । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଅଭିଯୁକ୍ତ ଠାରୁ ସନ୍ତୋଷ ବିକ୍ରି କରିଥିବା ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ପୁଲିସ ସ୍କାନରକୁ ଆସିଥ୍‌ଲା। ସାହିନ ବାଗ ଥାନାରେ ଗିରଫ ହୋଇଥିବା ଅଭିଯୁକ୍ତ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବୋଲି ଜଣାଯାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories