www.samajalive.in
Sunday, December 14, 2025
19.1 C
Bhubaneswar

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି । ପୂର୍ବରୁ ଏଭଳି ପାଣି ଗଳୁଥିବାରୁ ମରାମତି କରାଯାଇଥିଲା । ହେଲେ ଏହାପରେ ମଧ୍ୟ ପୁଣି ଥରେ ପାଣି ଗଳୁଛି । ନିମ୍ନମାନର କାମ ଯୋଗୁ ପୁଣି ପାଣି ଗଳୁଥିବା ଅଭିଯୋଗ ହୋଇଛି । ଆନନ୍ଦ ବଜାର ହାତ ଧୁଆ ନିକଟରେ ମେଘନାଦ ପାଚେରୀରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଏହାପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ମେଘନାଦ ପାଚେରୀ ବହୁ ପୁରୁଣା ହୋଇଥିବାରୁ ଏହାର ସୁରକ୍ଷା ଦିଗରେ ଏଏସଆଇ ପକ୍ଷରୁ ମରାମତି କାର‌୍ୟ୍ୟ କରାଯାଇ ସ୍ୱତନ୍ତ୍ର ଡ୍ରେନେଜ ପାଇପ ଲଗାଯାଇଥିଲା । ଏବେ ପୁଣି ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ଏହାକୁ ଗୁରୁତର ସହିତ ନେଇ ଉଚିତ୍ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ଦାବି ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories