ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା ହୋଟଲ ସି ସାଇଡ ବ୍ରିଜ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ରବିବାର ଉଦଯାପିତ ହୋଇ ଯାଇଛି । ସଂଗଠନର ସଭାପତି ଦୀପକ ମାଲବ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଲୋକ ସେବକମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସମ୍ମିଳନୀର ପାଟ୍ରନ ତଥା ପଞ୍ଜାବର ପୂର୍ବତନ ପୁଲିସ ଡିଜି ଡ. ଡି.ଆର ଭାଟି ମଞ୍ଚସୀନ ଥିଲେ । କାର୍ଯ୍ୟକ୍ରମରେ ଓଡିଶା, ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ, ମଣିପୁର, ତ୍ରିପୁରା, ଆସାମ, ମଧ୍ୟ ପ୍ରଦେଶ, ଅନ୍ଦ୍ର ପ୍ରଦେଶ, ତେଲେଙ୍ଗାନା ଭଳି ୧୮ ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇ ଦକ୍ଷିଣ ଏସିଆ ରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଆଲୋଚନା କରିବା ସହ ନିଜ ଭିତରେ ସାଂସ୍କୃତିକ ଭାବ ଆଦାନ ପ୍ରଦାନ କରିଥିଲେ । ଡ ଶଙ୍କର ମାଝୀ ମଞ୍ଚ ପରି ଚାଳନା କରିଥିବା ବେଳେ ହରିକୃଷ୍ଣ କୋଠୀଆ, ପଲବ ଦାସ, ଡ ରମେଶ ମାଝି, ଅଶୋକ ସାମନ୍ତ, ରମାକାନ୍ତ ସାହୁ ସହଯୋଗ କରିଥିଲେ ।



