www.samajalive.in
Monday, December 15, 2025
24.1 C
Bhubaneswar

ବୃଦ୍ଧାଙ୍କୁ ଦୋଳାରେ ବୁହାହେବା ଘଟଣା ପ୍ରକାଶ ପରେ ଆରମ୍ଭ ହେଲା ରାସ୍ତାକାମ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଂଚାୟତର ତରମଣ୍ଡା ଗାଁରେ ଜଣେ ବୃଦ୍ଧାଙ୍କର ଗୋଡ଼ ଭାଙ୍ଗିଯିବା ପରେ ତାଙ୍କୁ ଦୀର୍ଘ ୭ କିଲୋମିଟର ଦୋଳାରେ ବୋହି ନେବା ବିଷୟ ସାଗତ ଶନିବାର ଦିନ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତ୍ୱରିତ ପଦକ୍ଷେପ ନେଇ ପ୍ରାୟ ୫ କିଲୋମିଟର ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି।

ଏହି ରାସ୍ତା ନିର୍ମାଣ ପାଇଁ ୩ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାସ୍ତା ତିଆରି ହେଲେ ତସରଙ୍ଗ, ତରମଣ୍ଡା, କମ୍ପୁଟ, କୁମ୍ଭାରଦଲ୍ହୀ, ଯୁବାସାହି, ମାଇଁଶିଖତ ସହିତ ୪ଟି ପଡ଼ୋଶୀ ଆଦିବାସୀ ଗାଁର ଲୋକେ ଯାତାୟାତ ସୁବିଧା ପାଇପାରିବେ। ଜଙ୍ଗଲଘେରା ଏହି ଗାଁ ଗୁଡିକରେ ବଜାର ସଉଦା, ବିଦ୍ୟାଳୟ, ବ୍ଲକ, ତହସିଲ, ଡାକ୍ତରଖାନା ଓ ପଂଚାୟତକୁ ଯିବାରେ ଦୀର୍ଘଦିନ ଧରି ଅସୁବିଧା ସୃଷ୍ଟି ହେଉଥିଲା। ଗତ ବର୍ଷା ରୁତୁରେ ପଥର ଖାଲଖମା ହୋଇ ମାଟି ଧୋଇ ହେବା ସହ ପଥର ବାହାରି ଦୁଇଚକିଆ ଯାନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଥିଲା।

- Advertisement -

ସୂଚନା ଅନୁଯାୟୀ ଗତ ରବିବାର ତରମଣ୍ଡା ଗାଁର କୋରା କାର୍ଜି (୬୫)ଙ୍କର ଗୋଡ଼ରେ ଆଘାତ ପରେ ସେ ଠିଆ ହୋଇପାରୁନଥିଲେ। ତାଙ୍କୁ ଦୋଳାରେ ବୋହି ଚିକିତ୍ସା ପାଇଁ ୭ କିମି ନେଇଯିବା ଘଟଣା ଚର୍ଚ୍ଚାରେ ଥିଲା। ରାସ୍ତା ପାଇଁ ଟେଣ୍ଡର ପୂର୍ବରୁ ହୋଇଥିଲା, କିନ୍ତୁ କିଛି ଆନୁଷଙ୍ଗିକ କାର୍ଯ୍ୟ ବାକି ଥିଲା। ଖବର ପ୍ରକାଶ ପରେ ତ୍ୱରିତ ଭାବେ କାମ ଆରମ୍ଭ ହୋଇଛି।
ରାସ୍ତା ନିର୍ମାଣ ଆରମ୍ଭ ହେବାରୁ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories