www.samajalive.in
Wednesday, December 10, 2025
14.1 C
Bhubaneswar

ଦିଲ୍ଲୀ ଫଳାଫଳ : କିଏ କେଉଁଠୁ ଜିତିଲେ ?

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀ ମହାନଗର ନିଗମ ଉପ ଫଳାଫଳ ଆଜି ଘୋଷଣା ହୋଇଛି । ଭୋଟ ଗଣତି ପରେ ରାଜ୍ୟ ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗରର ୧୨ଟି ୱାର୍ଡର ଉପନିର୍ବାଚନ ପାଇଁ ଗତ ନଭେମ୍ବର ୩୦ରେ ମତଦାନ ହୋଇଥିଲା । ଆଜି ଏହାର ଫଳାଫଳ ପ୍ରକାଶ ପାଇଛି । ଫଳାଫଳ ଅନୁସାରେ ୧୨ ଟି ଆସନରୁ ବିଜେପି ୭ଟିରେ, ଆପ୍ ୩ଟିରେ, କଂଗ୍ରେସ ଏବଂ ବାମପନ୍ଥୀ ଗୋଟିଏ ଲେଖାଏଁ ୱାର୍ଡ ଜିତିଛନ୍ତି । ସୂଚନା ଅନୁସାରେ ଦ୍ୱାରକା-ବି ଆସନରେ ବିଜେପି ପ୍ରାର୍ଥୀ ମନୀଷା ସେହରାୱତ ୯,୧୦୦ ଭୋଟରେ ବିଜୟୀ ହୋଇଛନ୍ତି । ଶାଲିମାର ବାଗ-ବି  ଆସନରେ ବିଜେପି ପ୍ରାର୍ଥୀ ଅନିତା ଜୈନ ୧୦,୧୦୧ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରେଖା ରାଣୀ ଦିଚାଉଁ କଲାନ ଆସନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଅଞ୍ଜୁମ ମଣ୍ଡଳ ଗ୍ରେଟର କୈଳାସ ୱାର୍ଡରେ ୧୭୩ ଭୋଟରେ ବିଜୟୀ ହୋଇଛନ୍ତି । ଚାନ୍ଦନୀ ଚୌକ ଆସନରେ ବିଜେପି ୧,୧୮୨ ଭୋଟରେ ବିଜୟୀ ହୋଇଛି । ଆମ ଆଦମୀ ପାର୍ଟି ମୁଣ୍ଡକା ଆସନରେ ବିଜୟୀ ହୋଇଛି । ବିଦ୍ରୋହୀ ଆପ ବିଧାୟକଙ୍କ ପ୍ରାର୍ଥୀ ଚାନ୍ଦନୀ ମହଲ ଆସନରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ସରଳା ଚୌଧୁରୀ ବିନୋଦ ନଗର ଆସନରେ ୧୭୬୯ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସର ସୁରେଶ ଚୌଧୁରୀ ସଙ୍ଗମ ବିହାର ଆସନରେ ବିଜୟୀ ହୋଇଛନ୍ତି । ଆମ ଆଦମୀ ପାର୍ଟି ଦକ୍ଷିଣପୁରୀ ଆସନରେ ବିଜୟୀ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories