www.samajalive.in
Wednesday, December 10, 2025
14.1 C
Bhubaneswar

୧୯ଟି ଦେଶର ପ୍ରବାସ ଆବେଦନ ସ୍ଥଗିତ ରଖିଲା ଆମେରିକା

ସମାଜ ଲାଇଭ ଡ଼େସ୍କ : ଆମେରିକା ଜାତୀୟ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକାଶ କରି ୧୯ଟି ଅଣ-ୟୁରୋପୀୟ ଦେଶରୁ ପ୍ରବାସୀମାନଙ୍କ ଆବେଦନ ସ୍ଥଗିତ କରିଛନ୍ତି । ଯେଉଁଥିରେ ଗ୍ରୀନ କାର୍ଡ ଏବଂ ଆମେରିକୀୟ ନାଗରିକତା ପ୍ରକ୍ରିୟାକରଣ ଅନ୍ତର୍ଭୁକ୍ତ ।

ଗତ ଜୁନ୍ ମାସରେ ଏହି ୧୯ଟି ଅଣ-ୟୁରୋପୀୟ ଦେଶର ଆଂଶିକ ଯାତ୍ରାରେ ପ୍ରତିବନ୍ଧକରେ ପକାଇଥିଲା ଆମେରିକା । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ ଏବଂ ସୋମାଲିଆ ଅନ୍ତର୍ଭୁକ୍ତ । ଏହି ନୂତନ ନୀତିକୁ ରୂପରେଖା ପ୍ରଦାନ କରୁଥିବା ସରକାରୀ ସ୍ମାରକପତ୍ରରେ , ଗତ ସପ୍ତାହରେ ୱାଶିଂଟନରେ ଆମେରିକୀୟ ନ୍ୟାସନାଲ ଗାର୍ଡ ସଦସ୍ୟଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରାଯାଇଛି ଯେଉଁଥିରେ ଜଣେ ଆଫଗାନ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ଭାବରେ ଗିରଫ କରାଯାଇଛି । ଗୁଳିକାଣ୍ଡରେ ନ୍ୟାସନାଲ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଟ୍ରମ୍ପ ମଧ୍ୟ ସାମ୍ପ୍ରତିକ ସମୟରେ ସୋମାଲିଆବାସୀଙ୍କ ବିରୁଦ୍ଧରେ ବୟାନବାଜି ବୃଦ୍ଧି କରି, ସେମାନଙ୍କୁ “ଆବର୍ଜନା” ବୋଲି କହିଛନ୍ତି ଏବଂ ଆହୁରି କହିଛନ୍ତି ଯେ,ଆମେ ସେମାନଙ୍କୁ ଆମ ଦେଶରେ ଚାହୁଁନାହୁଁ । ୧୯ଟି ଦେଶ ଗୁଡିକ ହେଲେ ତୁର୍କମେନିସ୍ତାନ, ଇରିଟ୍ରିଆ, ଆଫଗାନିସ୍ତାନ, ଇରାନ, ମିଆଁମାର, ଲିବିଆ, ଚାଡ୍, ସୁଡାନ, ଲାଓସ, ୟେମେନ, ଟୋଗୋ, ସିଏରା ଲିଓନ, ସୋମାଲିଆ, ବୁରୁଣ୍ଡି, ଇକ୍ୱାଟୋରିଆଲ ଗିନି, କଙ୍ଗୋ ଗଣରାଜ୍ୟ, କ୍ୟୁବା, ହାଇତି ଏବଂ ଭେନେଜୁଏଲା।

- Advertisement -

ଜାନୁଆରୀରେ ପଦକୁ ଫେରିବା ପରଠାରୁ, ଟ୍ରମ୍ପ ଆକ୍ରମଣାତ୍ମକ ଭାବରେ ପ୍ରବାସ ପ୍ରସଙ୍ଗକୁ ପ୍ରାଥମିକତା ଦେଇଛନ୍ତି । ପ୍ରମୁଖ ଆମେରିକୀୟ ସହରଗୁଡ଼ିକୁ ଫେଡେରାଲ୍ ଏଜେଣ୍ଟମାନଙ୍କୁ ପଠାଇବା ସହ ଆମେରିକା-ମେକ୍ସିକୋ ସୀମାରେ ଶରଣାର୍ଥୀମାନଙ୍କୁ ଫେରାଇ ଦେଇଛନ୍ତି । ନୂତନ ନୀତି ଅନୁସାରେ ବିଚାରାଧୀନ ଆବେଦନଗୁଡ଼ିକୁ ସ୍ଥଗିତ ରଖିବ ସହ ସମସ୍ତ ପ୍ରବାସୀଙ୍କୁ “ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ସୁରକ୍ଷା ବିପଦକୁ ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରିବା ପାଇଁ ଏକ ସମ୍ଭାବ୍ୟ ସାକ୍ଷାତକାର ଏବଂ ଆବଶ୍ୟକ ହେଲେ ପୁନଃ ସାକ୍ଷାତକାର ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories