www.samajalive.in
Friday, December 5, 2025
17.1 C
Bhubaneswar

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ। ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି। ଆଦେଶ ଅନୁଯାୟୀ, ବର୍ତ୍ତମାନ ସେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଂଚଳ ଆଇଜିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ।

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ସଦର ଥାନା ପୁଲିସ ୬ କୁଇଣ୍ଟାଲ ଗଂଜେଇ ଜବତ କରିଥିଲା। ତେବେ ସେଥିମଧ୍ୟରୁ ୨ କ୍ବିଣ୍ଟାଲ ଗଞ୍ଜେଇର ହିସାବ ମିଳି ନ ଥିଲା। ଏଥିରେ ଥାନା ଅଧିକାରୀ ସତୀଶଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିବା ପରେ ତାଙ୍କ ନାମରେ ସରକାରଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ସେହି ଅନୁସାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତାଙ୍କ ନାମରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସେ ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ।

Hot this week

ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ମୋଦୀଙ୍କ ଆଲିଙ୍ଗନ

ନୂଆଦିଲ୍ଲୀ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ଦୁଇ ଦିନିଆ...

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଜି ଦିନର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ...

ଶୁକ୍ରବାର ରାଶିଫଳ: ଗୁପ୍ତରେ ଧନ ଅର୍ଜନ କରିବେ ଏହି ରାଶି

ମେଷ: ଉତ୍ସାହିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ଓ ଅଗ୍ରଣୀ ହେବେ। ପରିବାରର...

ଗୋଟିଏ କାର୍‌ରେ ମୋଦୀ ଓ ପୁଟିନ

ନୂଆଦିଲ୍ଲୀ : ପାଲାମ ବିମାନ ବନ୍ଦରରେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ...

ରୁଷ୍‌ର ଆଣବିକ ଯୁଦ୍ଧ ଜାହାଜକୁ ଲିଜ୍‌ରେ ଆଣିବ ଭାରତ

ନୂଆଦିଲ୍ଲୀ : ରୁଷ୍‌ର ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜକୁ ଭାରତ ୧୦ବର୍ଷ...

Related Articles

Popular Categories