କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର କୁଇବାହାଲ ପଞ୍ଚାୟତର ସେମଲା ଗାଁରୁ ୨ ଶିଶୁ ସହ ୧୫ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ଶ୍ରମିକମାନେ ଲାଠୋର, ପାଟଣାଗଡ଼ ଓ ଟିଟିଲାଗଡ଼ ଅଞ୍ଚଳର ବୋଲି ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏମାନଙ୍କୁ ଆନ୍ଧ୍ରପ୍ରଦେଶର ବିଜୟବାଡ଼ା ଇଟା ଭାଟିକୁ ବେଆଇନ ଭାବେ ଚାଲାଣ କରିବାକୁ ଯୋଜନା କରୁଥିଲା ସର୍ଦ୍ଦାର। ସର୍ଦ୍ଦାର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଦବାହାଲ ଗାଁର ହୋଇଥିବା ବେଳେ ସେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ତୁରକେଲା ପୁଲିସ ସନ୍ଧ୍ୟାରେ ସର୍ଦ୍ଦାର ସୁରେଶ ୱାଡେକରକୁ ଗିରଫ କରିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।
Popular Categories



