www.samajalive.in
Friday, December 5, 2025
17.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡି କଣ୍ଟାଖାଳି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କଣ୍ଟାଖାଳି ଗ୍ରାମର କୁରେଶୁ ନାଇକ। କୁରେଶୁ ସନ୍ଧ୍ୟାରେ କୌଣସି କାମ ପାଇଁ ତୁରୁବୁଡ଼ି ଯାଇ ସାଇକେଲରେ ଫେରୁଥିବା ବେଳେ ରାସ୍ତାରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରବଳ ରକ୍ତ ସ୍ରାବ ହୋଇ ରାସ୍ତାରେ ପଡ଼ିଥିବା ବେଳେ କିଛି ଲୋକ ତାଙ୍କୁ ଦେଖି ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ। ତୁରନ୍ତ ତାଙ୍କୁ ପାତ୍ରପୁର ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଗରିବ ବ୍ୟକ୍ତି ହୋଇ ଥିବାରୁ ସରକାରୀ ସହାୟତା ଦେବା ପାଇଁ ପରିବାର ଗୁହାରି କରିଛନ୍ତି।

Hot this week

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

ସମ୍ପାଦକୀୟ : ସଞ୍ଚାର ସାଥୀ ଆପ୍‌

ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର...

ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି...

ସମ୍ପାଦକୀୟ : ଭାରତରେ ପୁଟିନ୍‌

ସମୟର ଦୋ’ଛକିରେ ସମ୍ପର୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି...

Related Articles

Popular Categories