www.samajalive.in
Friday, December 5, 2025
17.1 C
Bhubaneswar

ନକ୍ସଲ ଖଞ୍ଜିଥିବା ୩ ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କରାଯାଇଛି। ସୁରକ୍ଷାବାହିନୀ ଏବଂ ପୁଲିସକୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ନକ୍ସଲମାନେ ଉକ୍ତ ବୋମା ଖଞ୍ଜିଥିଲେ। ପାଟ୍ରୋଲିଂ କରୁଥିବା ପୁଲିସ ଦଳକୁ ଟାର୍ଗେଟ କରି ପଢିବେଦା ଯାଉଥିବା ମଦିନ ନଦୀ କୂଳ ରାସ୍ତାରେ ନକ୍ସଲମାନେ ଆଇଇଡି ବୋମା ଖଞ୍ଜିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୁଲିସ ବାହିନୀକୁ ସୂଚନା ମିଳିଥିଲା। ଓରଛା ୨୯ତମ ବାଟାଲିୟନର ବୋମା ନିଷ୍କ୍ରିୟକାରୀ ଦଳ, ନାରାୟଣପୁର ଥାନା ପୁଲିସ, ଛୋଟେଡୋଙ୍ଗର ଥାନା ପୁଲିସ, ଆଇଟିବିପି ଡଗ୍‍ ସ୍କ୍ବାଡ୍‌କୁ ନେଇ ଗଠିତ ମିଳିତ ଦଳ ତନ୍ନ ତନ୍ନ ଯାଞ୍ଚ କରି ୩ ବୋମା ଠାବ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ବୈଷୟିକ ପ୍ରକ୍ରିୟାରେ ୩ ବୋମାକୁ ନିଷ୍କ୍ରିୟ କରିଛନ୍ତି।

Hot this week

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

ସମ୍ପାଦକୀୟ : ସଞ୍ଚାର ସାଥୀ ଆପ୍‌

ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର...

ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି...

ସମ୍ପାଦକୀୟ : ଭାରତରେ ପୁଟିନ୍‌

ସମୟର ଦୋ’ଛକିରେ ସମ୍ପର୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି...

Related Articles

Popular Categories