www.samajalive.in
Friday, December 5, 2025
17.1 C
Bhubaneswar

ଏକ ଲକ୍ଷ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ମାଣ୍ଡିଆ ରପ୍ତାନି

ଭୁବନେଶ୍ବର: ବଢ଼ୁଛି ମାଣ୍ଡିଆର ଚାହିଦା। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ମାଣ୍ଡିଆ ପ୍ରତି ଆଦର ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ୧ କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ-ନିକୋବର ଅଞ୍ଚଳକୁ ଓଡ଼ିଶା ରପ୍ତାନି କରିଥିବା ଜଣାପଡ଼ିଛି। ଗତବର୍ଷ ମୋଟ୍ ୭,୫୮,୦୦୦ କୁଇଣ୍ଟାଲ୍ ମାଣ୍ଡିଆ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଶ୍ରୀଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ବିତରଣ ଏବଂ କ୍ରୟ ସମ୍ବନ୍ଧୀୟ ବୈଠକ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଶୁଭମ ସକ୍ସେନାଙ୍କ ସହ ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଜନଜାତି ବିକାଶ ସମବାୟ ନିଗମ ଲି. ଏବଂ କୃଷି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଚଳିତବର୍ଷର ମାଣ୍ଡିଆ କ୍ରୟ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଏଥିରେ ଅଧିକରୁ ଅଧିକ ମାଣ୍ଡିଆ ଚାଷୀଙ୍କୁ ଯୋଡ଼ିବାର ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା। ଏହି ସହାୟତାର ଲାଭ ଅସାଧୁ ବେପାରୀମାନେ ଯେପରି ନ ନିଅନ୍ତି, ସେଥିନିମନ୍ତେ ଜିଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ କାଳରେ ମାଣ୍ଡିଆ ଭଳି ଶସ୍ୟର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସଚିବ ଡ. ପାଢ଼ୀ ପ୍ରକାଶ କରିଛନ୍ତି।

Hot this week

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

ସମ୍ପାଦକୀୟ : ସଞ୍ଚାର ସାଥୀ ଆପ୍‌

ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର...

ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି...

ସମ୍ପାଦକୀୟ : ଭାରତରେ ପୁଟିନ୍‌

ସମୟର ଦୋ’ଛକିରେ ସମ୍ପର୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି...

Related Articles

Popular Categories