www.samajalive.in
Friday, December 5, 2025
17.1 C
Bhubaneswar

ପୁଟିନଙ୍କୁ ଭଗବଦ୍‌ ଗୀତା ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଟରନ୍ୟାସନାଲ ପ୍ରୋଟକଲ୍‌ ଭାଙ୍ଗି ପୁଟିନଙ୍କୁ ସ୍ୱାଗତ କରିଥିଲେ ମୋଦୀ । ଏହାପରେ ନିଜ ଗାଡିରେ ବସାଇ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ ଉଭୟ ନେତାଙ୍କ ମଧ୍ୟ କିଛି ସମୟ ଆଲୋଚନା ହେବା ପରେ ରାତ୍ରୀଭୋଜନର ଆୟୋଜନ ହୋଇଥିଲା । ବାସଭବନରେ ରାତ୍ରୀଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଏକ ଶ୍ରୀମଦ୍‌ ଭଗବଦ୍‌ ଗୀତା ଉପହାର ଦେଇଥିଲେ ।

- Advertisement -

ରାଷ୍ଟ୍ରପତି ପୁଟିନଙ୍କୁ ରୁଷୀୟ ଭାଷାରେ ଲେଖାଥିବା ଏକ ଗୀତା ଉପହାର ପ୍ରଦାନ କରିଛନ୍ତି । ଏକ୍ସରେ ପୋଷ୍ଟ କରି ମୋଦୀ ଏହି ସୂଚନା ଦେଇଛନ୍ତି । ଏହା ସହିତ ମୋଦୀ କହିଛନ୍ତି ଗୀତାର ଶିକ୍ଷା ବିଶ୍ୱ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥାଏ ।

 

Hot this week

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

ସମ୍ପାଦକୀୟ : ସଞ୍ଚାର ସାଥୀ ଆପ୍‌

ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର...

ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି...

ସମ୍ପାଦକୀୟ : ଭାରତରେ ପୁଟିନ୍‌

ସମୟର ଦୋ’ଛକିରେ ସମ୍ପର୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି...

Related Articles

Popular Categories