କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜଙ୍କ ନିର୍ଦ୍ଦେଶ କ୍ରମେ ପୁଣି କାଳିଆହୋତାରୁ ଜଣକୁ ଗିରଫ କରାଯାଇଛି । ସ୍ଥାନୀୟ ପୁଲିସ ଓ ବନକର୍ମଚାରୀଙ୍କ ସହାୟତାରେ କାଳିଆହୋତାରୁ ଜୟକୃଷ୍ଣ ମହାନ୍ତ (୩୩)କୁ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ବୁଧବାର ବେଆଇନ ହାତୀଦାନ୍ତ ଚୋରାଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି ଅଦାଲତ ପଠାଇ ଦିଆଯାଇଥିଲା । ପୂର୍ବରୁ ଗିରଫ ହୋଇଥିବା ବ୍ୟକ୍ତିମାନେହେଲେ ଢେଙ୍କାନାଳ ଜିଲ୍ଲାର କୌଳାସ ତିରିଆ(୪୮), ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୁରୁ ଚରଣ କେରାଇ(୩୫) ଓ କେନ୍ଦୁଝର ଜିଲ୍ଲାର ବଳଭଦ୍ରପୁର ଗ୍ରାମର ମିଶ୍ର ମୁଣ୍ଡା(୩୩) । ଏ ନେଇ ଏକ ମାମଲା ରୁଜୁ ହୋଇଛି।
Popular Categories



