www.samajalive.in
Monday, December 15, 2025
27.1 C
Bhubaneswar

ଦିଲ୍ଲୀ ଫଳାଫଳ : ୧୨ରୁ ୭ ରେ ବିଜେପି ବିଜୟୀ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀ ମହାନଗର ନିଗମ ଉପ ନିର୍ବାଚନର ଭୋଟ ଗଣତି ଶେଷ ହେବା ସହ ଫଳାଫଳ ଘୋଷଣା ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି ।

ଦିଲ୍ଲୀ ମହାନଗରର ୧୨ ଟି ୱାର୍ଡ ପାଇଁ ଉପନିର୍ବାଚନ ପାଇଁ ଉପନିର୍ବାଚନ ହୋଇଥିଲା । ଗତ ନଭେମ୍ବର ୩୦ରେ ଏଥିପାଇଁ ମତଦାନ ହୋଇଥିଲା । ଆଜି ଏହାର ଫଳାଫଳ ପ୍ରକାଶ ପାଇଛି । ଫଳାଫଳ ଅନୁସାରେ ୧୨ ଟି ଆସନରୁ ବିଜେପି ୭ଟିରେ, ଆପ୍ ୩ଟିରେ, କଂଗ୍ରେସ ଏବଂ ବାମପନ୍ଥୀ ଗୋଟିଏ ଲେଖାଏଁ ୱାର୍ଡ ଜିତିଛନ୍ତି । ଗତ ପୌର ନିର୍ବାଚନ ଫଳାଫଳ ଅନୁସାରେ ୧୨ଟି ୱାର୍ଡ ମଧ୍ୟରୁ ୯ଟି ବିଜେପି ଏବଂ ବାକି ୩ ଟି ଆମ ଆଦମୀ ପାର୍ଟି (ଆପ୍) ବିଜୟୀ ହୋଇଥିଲା ।

- Advertisement -

ଆଜିର ଫଳାଫଳ ଅନୁସାରେ ବିଜେପି ଅଶୋକ ବିହାର , ଗ୍ରେଟର କୈଳାସ , ଶାଲିମାର ବାଗ-ବି , ଚାନ୍ଦିନୀ ଚୌକ , ଦିଚାଓଁକଲାନ , ଦ୍ୱାରକା-ବି ଏବଂ ବିନୋଦ ନଗର ଆସନରେ ବିଜୟୀ ହୋଇଛି । ଆପ୍ ଦକ୍ଷିଣପୁରୀ , ମୁଣ୍ଡକା , ନରୈନା ଆସନରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ ସଙ୍ଗମ ବିହାର-ଏ ଏବଂ ବାମପନ୍ଥୀ ନେତୃତ୍ଵାଧୀନ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଚାନ୍ଦିନୀ ମହଲ ଆସନରେ ବିଜୟୀ ହୋଇଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories