www.samajalive.in
Wednesday, December 10, 2025
15.1 C
Bhubaneswar

ଦିଲ୍ଲୀ ଫଳାଫଳ : ୧୨ରୁ ୭ ରେ ବିଜେପି ବିଜୟୀ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀ ମହାନଗର ନିଗମ ଉପ ନିର୍ବାଚନର ଭୋଟ ଗଣତି ଶେଷ ହେବା ସହ ଫଳାଫଳ ଘୋଷଣା ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି ।

ଦିଲ୍ଲୀ ମହାନଗରର ୧୨ ଟି ୱାର୍ଡ ପାଇଁ ଉପନିର୍ବାଚନ ପାଇଁ ଉପନିର୍ବାଚନ ହୋଇଥିଲା । ଗତ ନଭେମ୍ବର ୩୦ରେ ଏଥିପାଇଁ ମତଦାନ ହୋଇଥିଲା । ଆଜି ଏହାର ଫଳାଫଳ ପ୍ରକାଶ ପାଇଛି । ଫଳାଫଳ ଅନୁସାରେ ୧୨ ଟି ଆସନରୁ ବିଜେପି ୭ଟିରେ, ଆପ୍ ୩ଟିରେ, କଂଗ୍ରେସ ଏବଂ ବାମପନ୍ଥୀ ଗୋଟିଏ ଲେଖାଏଁ ୱାର୍ଡ ଜିତିଛନ୍ତି । ଗତ ପୌର ନିର୍ବାଚନ ଫଳାଫଳ ଅନୁସାରେ ୧୨ଟି ୱାର୍ଡ ମଧ୍ୟରୁ ୯ଟି ବିଜେପି ଏବଂ ବାକି ୩ ଟି ଆମ ଆଦମୀ ପାର୍ଟି (ଆପ୍) ବିଜୟୀ ହୋଇଥିଲା ।

- Advertisement -

ଆଜିର ଫଳାଫଳ ଅନୁସାରେ ବିଜେପି ଅଶୋକ ବିହାର , ଗ୍ରେଟର କୈଳାସ , ଶାଲିମାର ବାଗ-ବି , ଚାନ୍ଦିନୀ ଚୌକ , ଦିଚାଓଁକଲାନ , ଦ୍ୱାରକା-ବି ଏବଂ ବିନୋଦ ନଗର ଆସନରେ ବିଜୟୀ ହୋଇଛି । ଆପ୍ ଦକ୍ଷିଣପୁରୀ , ମୁଣ୍ଡକା , ନରୈନା ଆସନରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ ସଙ୍ଗମ ବିହାର-ଏ ଏବଂ ବାମପନ୍ଥୀ ନେତୃତ୍ଵାଧୀନ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଚାନ୍ଦିନୀ ମହଲ ଆସନରେ ବିଜୟୀ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories