www.samajalive.in
Friday, December 5, 2025
17.1 C
Bhubaneswar

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ ବାରବାଟୀରେ ବଢ଼ିଲାଣି ଭିଡ। ଆସନ୍ତା କାଲି ସକାଳ ୬ ଟାରୁ ଲାଇନ ପାଇଁ ଅନୁମତି ରହିଛି । ସ୍ପେଶାଲ କାଉଣ୍ଟରରେ ଟିକେଟ କାଟିବେ ମହିଳା । ଭିଡକୁ ଲକ୍ଷ୍ୟକରି କାଲି ଷ୍ଟାଡିୟମ ବାହାରେ ହେବ ୫ଟି କାଉଣ୍ଟର। ଅଫ ଲାଇନ ଟିକେଟ ପାଇଁ ବାରବାଟୀ ଷ୍ଟାଡିୟମ ବାହାରେ ଏ ନେଇ ରାଜ୍ୟ ବାହାରୁ କ୍ରିକେଟ ପ୍ରେମୀ ମଧ୍ୟ ଆସି ଲାଇନ ଲଗାଇଛନ୍ତି । ଏହାର ମୁଖ୍ୟ କାରଣ ଯେ ,କାଲି ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ହେବ ଓ ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ।

ଆସନ୍ତା ୭ ତାରିଖ ଦିନ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଭୁବନେଶ୍ଵରଠାରେ ପହଁଚିବେ । ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଟିମ ଅଭ୍ୟାସ କରିବେ ଏବଂ ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବ ।

Hot this week

ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ମୋଦୀଙ୍କ ଆଲିଙ୍ଗନ

ନୂଆଦିଲ୍ଲୀ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ଦୁଇ ଦିନିଆ...

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଜି ଦିନର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ...

ଶୁକ୍ରବାର ରାଶିଫଳ: ଗୁପ୍ତରେ ଧନ ଅର୍ଜନ କରିବେ ଏହି ରାଶି

ମେଷ: ଉତ୍ସାହିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ଓ ଅଗ୍ରଣୀ ହେବେ। ପରିବାରର...

ଗୋଟିଏ କାର୍‌ରେ ମୋଦୀ ଓ ପୁଟିନ

ନୂଆଦିଲ୍ଲୀ : ପାଲାମ ବିମାନ ବନ୍ଦରରେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ...

ରୁଷ୍‌ର ଆଣବିକ ଯୁଦ୍ଧ ଜାହାଜକୁ ଲିଜ୍‌ରେ ଆଣିବ ଭାରତ

ନୂଆଦିଲ୍ଲୀ : ରୁଷ୍‌ର ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜକୁ ଭାରତ ୧୦ବର୍ଷ...

Related Articles

Popular Categories