www.samajalive.in
Monday, December 15, 2025
24.1 C
Bhubaneswar

ରାୟପୁର ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା

ରାୟପୁର- ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ୩୫୯ର ଭାରତୀୟ ସ୍କୋରର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୬ ଓ୍ୱିକେଟ ହରାଇ ୪୯.୨ ଓଭର୍‌ରେ ୩୬୨ ରନ୍‌ କରି ବିଜୟଲାଭ କରିଛି । ଏବେ ଏହି ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନସ୍ଥିତିରେ ରହିଛନ୍ତି । ଦକ୍ଷିଣଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ଐଡେନ୍‌ ମାର୍କମଙ୍କ ସର୍ବାଧିକ ୧୧୦ ରନ୍‌ କରିଛନ୍ତି । ଏହାସହ ଟେମ୍ବା ୪୬ ରନ୍‌ , ମାଥ୍ୟୁ ୬୮ ରନ୍‌ ଓ ଡେଓ୍ୱାଲ୍ଡ ୫୪ ରନ୍‌ ସଂଗ୍ରହ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ବିକେଟ ବିନିମୟରେ ୩୫୯ ରନ ସଂଗ୍ରହ କରିଥିଲା। ଚଳିତ ମ୍ୟାଚରେ ବିରାଟ ଖେଳିଥିଲେ ବିରାଟ ଇନିଂସ । କ୍ରମାଗତ ଭାବରେ ରାଞ୍ଚି ପରେ ରାୟପୁର ଠାରେ ହେଉଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଶତକ ମାରିଥିଲେ ବିରାଟ ।

- Advertisement -

କୋହଲି ଚଳିତ ଦିନିକିଆ ମ୍ୟାଚ୍ ରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିରାଟ କୋହଲିଙ୍କ ୧୦୨ ରନର ଶତକୀୟ ଇନିଂସ, ଅଧିନାୟକ କେ.ଏଲ. ରାହୁଲଙ୍କ ୬୬ ଏବଂ ରତୁରାଜ ଗାଏକ୍ଵାଡ ୧୦୫ ରନ ବଳରେ ଭାରତ ୩୫୯ ରନ୍‌ କରିଥିଲା ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories