www.samajalive.in
Monday, December 15, 2025
24.1 C
Bhubaneswar

ସଡକ ଦୁର୍ଘଟଣାରେ ଯୁବକ ମୃତ – ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତଲୋକେ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ବୁଧବାର ସଂନ୍ଧ୍ୟାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ୨୪ବର୍ଷୀୟ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିଷ୍ଣୁପ୍ରସାଦ ବରାଳ ଓ ତାଙ୍କ ଘର ନିକଟବର୍ତ୍ତୀ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସାନ ସରଗାଇଲୋ ଗ୍ରାମରେ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତଲୋକେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ରାଜପଥ ଅବରୋଧ କରିଥିଲେ । ଫଳରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ ଶତାଧିକ ଗାଡିମୋଟର ଅଟକି ରହିବା ସହ ଯାତାୟତ ସଂପୂର୍ଣ୍ଣ ଠପ୍‍ ହୋଇଯାଇଥିଲା ।

ସୂଚନା ଅନୁଯାଇ, ବିଷ୍ଣୁପ୍ରସାଦ ଏବଂ ଅନ୍ୟ ଜଣେ ବ୍ୟକ୍ତି ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବାବେଳେ ପୁରୀରୁ ପିପିଲି ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ଗାଡି କୌଣସି କାରଣରୁ ଭାରସାମ୍ୟ ହରାଇ ଉଭୟଙ୍କୁ ଖୁବ୍‍ ଜୋର୍‍ରେ ଧକ୍କା ଦେଇଥିଲା । ଫଳରେ ବିଷ୍ଣୁପ୍ରସାଦ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜାତୀୟ ରାଜପଥ ପିସିଆର୍‍ ଭ୍ୟାନ୍‍ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା ।

- Advertisement -

ଏହାକୁ ନେଇ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତଲୋକେ ଡାକ୍ତରଖାନା ସମ୍ମୁଖ ଜାତୀୟ ରାଜପଥ ଉପରେ ରାତି ୮ଟାରେ ମୃତଦେହକୁ ରଖି ରାଜପଥ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ । ଫଳରେ ରାସ୍ତାର ଉଭୟପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡିମୋଟର ଅଟକି ରହିବା ସହ ସେହି ରାସ୍ତା ଦେଇ ଯାତାୟତ ସଂପୂର୍ଣ୍ଣ ଠପ୍‍ ହୋଇଯାଇଥିଲା । ଖବର ପାଇ ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାପରେ ରାତି ପ୍ରାୟ ସାଢେ ୮ରେ ରାସ୍ତାରୋକ ହଟିଥିଲା ଓ ଯାତାୟତ ସଂପୂର୍ଣ୍ଣ ସ୍ୱାଭାବିକ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଜାରିରଖିଛି । ମୃତ ବିଷ୍ଣୁପ୍ରସାଦ ସ୍ଥାନୀୟ ସାନ ସରଗାଇଲୋ ଗ୍ରାମର ଧିରେନ୍ଦ୍ର ବରାଳଙ୍କର ଏକମାତ୍ର ପୁତ୍ର ହୋଇଥିବା ସୂଚନା ମିଳିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories