ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି ଜିଲ୍ଲାର ଜନସଂଗ୍ରାମ ସମିତି। ଏହି ସମିତିର ଆବାହକ ସାଉଲ୍ ମଙ୍ଗରାଜ ନେତୃତ୍ଵରେ ୨୦ ଜଣ ଚାଷୀ ସାଇକେଲ ଯାତ୍ରାରେ ବାହାରି ଥିବାବେଳେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ନବନିର୍ମାଣ କୃଷକ ସଂଗଠନ । ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହଙ୍କ ନେତୃତ୍ଵରେ ବୋଲଗଡ ବ୍ଲକ ସଂଯୋଜକ କାହ୍ନୁ ଚରଣ ବେହେରା, ସୁଶାନ୍ତ କୁମାର ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ସୁରେନ୍ଦ୍ର ସେଠୀ, ଅର୍ଜୁନ ବାରିକ, ଦୁର୍ଯ୍ୟେଧନ ବରିଗଞ୍ଜନ ପ୍ରମୁଖ ଶନିବାର ବୋଲଗଡ ବ୍ଲକ ପିଚୁକୁଳି ନେତାଜୀ ଛକ ଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ପ୍ରତିମୂର୍ତ୍ତି ଠାରେ ଖୋର୍ଦ୍ଧା ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କଳାହାଣ୍ଡି ଆସିଥିବା ଚାଷୀ ମାନଙ୍କୁ ସମର୍ଥନ କରି ସମ୍ବର୍ଦ୍ଧନା ଦେଇଛନ୍ତି । ଏଠାରେ ନେତାଜୀଙ୍କୁ ଫୁଲମାଳ ଅର୍ପଣ ପରେ ବଜାର ପରିକ୍ରମା କରାଇଥିଲେ ।
ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ୮ ଦଫା ଦାବିପତ୍ର ପ୍ରଦାନ କରିବାର ଯୋଜନା ରହିଛି ବୋଲି ସମିତି ସୂଚନା ଦେଇଛି । ଏହି ଯାତ୍ରା ୩୦ ତାରିଖଠାରୁ ଅରମ୍ଭ କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ କର୍ମକର୍ତା ଓ ଚାଷୀମାନେ ବୋଲଗଡ ପହଞ୍ଚିଥିଲେ। ସେଠାରେ ନନ୍ଦିଘୋଷ ଭବନ ରାତ୍ରି ଯାପନ କରିଥିଲେ । ମୁଖ୍ୟତଃ ଚାଷଙ୍କ ଦାବୀ ଗୁଡ଼ିକ ମଧ୍ୟରେ ଗୋଲାମୁଣ୍ଡା ବୁକ୍ର ୨୦୨୪-୨୫ ମସିହା ରବି ରତୁର ମୂଗ ଚାଷୀମାନଙ୍କୁ ତୁରନ୍ତ ଫସଲବୀମା ଟଙ୍କା , ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ, ଉଠା ଜଳସେଚନକୁ ତୁରନ୍ତ କାର୍ଯ୍ୟକାରୀ କରି ଚାଷୀଙ୍କୁ ପାଇଁ ଗୋଲାମୁଣ୍ତାଠାରେ ଧନ୍ଦାମୂଳକ ଓ ପଲିଟେକନିକ ମହାବିଦ୍ୟାଳୟ ନିର୍ମାଣ, ଗୋଲାମୁଣ୍ତା ବ୍ଲକ୍ର ସମସ୍ତ ଚାଷୀଙ୍କୁ ଇନ୍ଦ୍ରାବତୀ କେନାଲ୍ ମାଧ୍ୟମରେ ରବି ଚାଷ ପାଇଁ ଜଳଯୋଗାଣ, ଗୋଲାମୁଣ୍ତା ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର, କର୍ମଚାରୀ ନିଯୁକ୍ତି , ଶୀତଳଭଣ୍ତାର ଓ ଗୋଲାମୁଣ୍ତ୍ରା ଏମ୍ଏସ୍ଏମ୍ଇ ପାର୍କରେ ଶିଳ୍ପ ପ୍ରତିଷ୍ଠା କରି ଦଳିତ,ଆଦିବାସୀ ଯୁବକଯୁବତୀଙ୍କୁ ଚାକିରି ପ୍ରଦାନ ଇତ୍ୟାଦି ରହିଛି।



