ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିଏ ସକାଳୁ ଉଠି ବ୍ୟାୟାମ କରୁଛି ତ ଆଉ କିଏ ଜିମ୍ ଯାଉଛି ତ ଆଉ କେହି କେହି ଯୋଗ କରୁଛନ୍ତି। ବର୍ତ୍ତମାନ୍ ସମୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବଦଳୁଥିବା ଜୀବନଶୈଳୀ,କମ ବ୍ୟାୟାମ ଏବଂ ଖାଦ୍ୟ ପାନୀୟରେ ସମସ୍ୟା କାରଣରୁ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଯୋଗାସନ, ଯାହା ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ।
ଯଦି ସମୟ ଭିତରେ ମଧୁମେହ ରୋଗର ଚିକିତ୍ସା କରାନଯାଏ, ତେବେ ଏହାର ପ୍ରଭାବରୁ ଆହୁରି ଅନେକ ରୋଗ ହୋଇଥାଏ । ଯଥା,କ୍ରୋନିକ କିଡନୀର ବିଫଳତା,ଚକ୍ଷୁ ସମସ୍ୟା,ହ୍ରୁଦୟ ରୋଗ,ସ୍ଟ୍ରୋକରେ ସମସ୍ୟା ଇତ୍ୟାଦି । ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗାସନ ବିଷୟରେ କହିବୁ , ଯାହାକୁ ନିୟମିତ କରିବା ଦ୍ଵାରା ମଧୁମେହ ରୋଗରୁ ଦୂରେଇ ପାରିବେ।
୧- ବ୍ରୁକ୍ଷାସନ
ବ୍ରୁକ୍ଷାସନର ନାମ ବ୍ରୁକ୍ଷ ଶବ୍ଦରୁ ହୋଇଛି । ଏହି ଆସନ କରିବାକୁ ହେଲେ ଆପଣଙ୍କୁ ଗଛର ମୁଦ୍ରାଭଳି ଠିଆ ହେବାକୁ ପଡିଥାଏ । ଯେଉଁ କାରଣରୁ ଏହାକୁ ବ୍ରୁକ୍ଷାସନ କୁହାଯାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଫାଇଦାପୁର୍ଣ୍ଣ ହୋଇଥାଏ ।
୨- ଧନୁରାସନ
ଏହି ଆସନ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ନିୟମିତ ଏହାକୁ ଅଭ୍ୟାସ କରିବା ଦ୍ବାରା ପାନକ୍ରୀୟାଜ ଉତ୍ତେଜିତ ହୋଇଥାଏ ଏବଂ ଇନସୁଲିନ କ୍ଷରଣରେ ଲାଭ ମିଳିଥାଏ ଯାହା ସୁଗାରକୁ ସନ୍ତୁଳନ ରଖିବାରେ ସହାୟକ ହୋଇଥାଏ । ଏହା ମଧୁମେହ ଟାଇପ ୧ ଏବଂ ମଧୁମେହ ଟାଇପ ୨ ଉଭୟରେ ଲାଭ ପହଞ୍ଚାଇଥାଏ ।
୩-ହଳାସନ
ହଳାସନ ସସ୍କ୍ରୁତ ଶବ୍ଦ ହଳ ଏବଂ ଆସନରୁ ସ୍ରୁଷ୍ଟି ହୋଇଛି । ଯେଉଁ ଲୋକମାନେ ମଧୁମେହ ରୋଗରେ ଆକ୍ରାନ୍ତ ସେମାନଙ୍କୁ ହଳାସନ ଆସନ ନିୟମିତ ଅଭ୍ୟାସ କରିବା ଉଚିତ ।



