www.samajalive.in
Sunday, December 7, 2025
18.1 C
Bhubaneswar

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା ନେଇ ଲକ୍ଷ ଲକ୍ଷ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଦେଶର ପ୍ରମୁଖ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରିଥିବା ରହିଥିବା ବେଳେ ବିମାନ ସେବା ସ୍ୱାଭାବିକ ହୋଇନାହିଁ । କିଛି ବିମାନ ବନ୍ଦରରେ ବିମାନ କର୍ମଚାରୀଙ୍କୁ ଯାତ୍ରୀମାନେ ଦୁର୍ବ୍ୟବହାର କରିଥିବାର ଦୃଶ୍ୟ ନଜରକୁ ଆସିଥିଲା । ଏଭଳି ସମୟରେ ଯାତ୍ରୀଙ୍କୁ ଅପିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍‌ । ସୋସିଆଲ ମିଡ଼ିଆ ଏକ୍ସରେ ଏକ ଭିଡ଼ିଓ ପୋଷ୍ଟ କରି ସୋନୁ ସୁଦ୍‌ ଯାତ୍ରୀଙ୍କୁ ବିମାନ କର୍ମଚାରୀଙ୍କ ପ୍ରତି ଦୟା ମନୋଭାବ ଦେଖାଇବାକୁ ନିବେଦନ କରିଛନ୍ତି । ସୋନୁ କହିଛନ୍ତି ଯେ ଏଭଳି ଅଚଳାବସ୍ଥା ପାଇଁ ସମସ୍ତେ ସମସ୍ୟା ଭୋଗୁଛନ୍ତି । ମୋର ସମ୍ପର୍କୀୟ ବି ଘଣ୍ଟାଣ୍ଟା ଧରି ଅପେକ୍ଷା କରିଛନ୍ତି । ବିମାନ ବାତିଲ, ରଦ୍ଦ, ବିଳମ୍ବ ପାଇଁ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

- Advertisement -

ଅନେକ ଲୋକ ଗୁରୁତ୍ୱପୂର୍ଣ୍ଣ ମିଟିଂକୁ ଯାଇପାରୁନାହାଁନ୍ତି । ହେଲେ ଏଭଳି ସମୟରେ ଯେଉଁ ବିମାନ କର୍ମଚାରୀମାନେ ଗ୍ରାଉଣ୍ଡରେ କାମ କରୁଛନ୍ତି ସେମାନଙ୍କ ପ୍ରତି ଯାତ୍ରୀମାନେ ଖରାପ ବ୍ୟବହାର କରିବା, ସେମାନଙ୍କୁ ଉପରେ ଚିଲାଇବା, ଗାଳି ଗୁଲଜ କରିବା ଭଲ ନୁହେଁ । ଯାତ୍ରୀଙ୍କୁ ବିରକ୍ତ ଲାଗୁଥିବ, କିନ୍ତୁ ଆପଣ ଥରେ ଚିନ୍ତା କରନ୍ତୁ ସେମାନେ ବି ଅସହାୟ ହୋଇଛନ୍ତି । ସେମାନେ କେବଳ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ଆଉ ଆପଣଙ୍କ ପାଖରେ ପହଞ୍ଚାଉଛନ୍ତି । ସେମାନଙ୍କ ସହ ଲଢିବା, ଝଗଡା କରିବା ଦୁଃଖର କଥା । ଏମାନେ ସେହି କର୍ମଚାରୀ ଯେଉଁମାନେ ପୂର୍ବରୁ ଆପଣଙ୍କ ସହିତ ହସି ହସି କଥା ହେଇ ସେବା ଯୋଗାଇ ଆସିଛନ୍ତି । କର୍ମଚାରୀଙ୍କୁ ଭଲ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ସୋନୁ ସୁଦ୍‌ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories