www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ସମ୍ୱଲପୁରୀ ସିନେମା ‘ସୁଟ ଆଉଟ ଇନ ସୋନପୁର’ର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ପ୍ରଯୋଜକ ଡଃ ପ୍ରଭାସ ରଞ୍ଜନ ବାବୁ ଏହା ଜରିଆରେ ସିନେମା ଜଗତରେ ପାଦ ରଖିଛନ୍ତି। ଯୁବ ତଥା ପ୍ରତିଷ୍ଠିତ ନିର୍ଦ୍ଦେଶକ ଡି ଚନ୍ଦନକୁମାରଙ୍କ ନିର୍ଦ୍ଦେଶନାରେ ଏହି ସିନେମାରେ ନାୟକ ଭୂମିକାରେ ଅଭିନେତା ରାକେଶ ଦେଓ, ଖଳନାୟକ ଭୂମିକାରେ ଅଭିନୟ କରିବେ ପ୍ରମୋଦ ମିଶ୍ର ତଥା ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଅଭିନୟ କରିଛନ୍ତି।

ଗୋଷ୍ଠୀ ସଂଘର୍ଷ ଉପରେ ଆଧାରିତ କାହାଣୀର ସଂଳାପ ଲେଖୁଛନ୍ତି ବରିଷ୍ଠ ଲେଖକ ଯତୀନ୍ଦ୍ର ପ୍ରଧାନ। ଅନ୍ୟାନ୍ୟ ସମସ୍ତ କଳାକାରଙ୍କ ଉପସ୍ଥିତିରେ ଆଜି ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଶ୍ରୀ ମିଶ୍ର ନାମ ଫଳକ ଉନ୍ମୋଚନ କରିଥିଲେ। ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ଦେବସ୍ମିତା ସାହୁ ଏବଂ ଏହାର ପରିଚାଳନା ଦାୟିତ୍ୱ କାଳିଆ ପ୍ରଧାନ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories