କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର ପ୍ରାକ୍ତନ ସମ୍ପାଦକ ପଦ୍ମଭୂଷଣ ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ ଉତ୍ସବ। ଏହି ଅବସରରେ କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ଥିବା ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ପ୍ରକାଶ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା, ଭାରପ୍ରାପ୍ତ ମହାପ୍ରବନ୍ଧକ ଗୋପିନାଥ ବାରିକ୍ , ସମାଜର ସଂପାଦକ ତପନ କୁମାର ମିଶ୍ର, ସମାଜର ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ୍ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
Popular Categories



