www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଶନିବାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାର ବିବରଣୀରୁ ପ୍ରକାଶ, ୨୦୨୨ ଫେବୃୟାରୀ ୨୨ ତାରିଖ ଦିନ ମଙ୍ଗୁଳି ନାଏକଙ୍କୁ ପାରିବାରିକ କଳହ କାରଣରୁ ତାଙ୍କ ପତ୍ନୀ ରୀନା ନାଏକ ଏକ ଛୁରୀରେ ଗଳା କାଟି ହତ୍ୟା କରିଥିଲେ। ଏ ସମ୍ପର୍କରେ ସେହିଦିନ ମୃତ ମଙ୍ଗୁଳିଙ୍କ ପ୍ରଥମ ପତ୍ନୀ ମାମି ନାଏକ ଆଠଗଡ ଥାନାରେ ଏତଲା ଦେଇଥିଲେ। ଆଠଗଡ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ଆକ୍ରମଣରେ ବ୍ୟବହୃତ ଛୁରିକୁ ଜବତ କରିଥିଲେ । ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦାସ ମାମଲାର ବିଚାର ବେଳେ ସମସ୍ତ ସାକ୍ଷ୍ୟ ପ୍ରମାଣ, ପୁଲିସର ଅଭିଯୋଗ ଫର୍ଦ୍ଦ, ପୁଲିସ ବିଜ୍ଞାନାଗାର ପରୀକ୍ଷା ରିପୋର୍ଟ ଏବଂ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଅଭିଯୁକ୍ତ ରୀନା ନାଏକକୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଥିଲେ। ଏଡିଜେ ତାଙ୍କ ରାୟରେ ଅଭିଯୁକ୍ତ ପତ୍ନୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୨ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଦେବାଶିଷ ସିଟ୍ ପରିଚାଳନା କରୁଥିବାବେଳେ କଟକର ପ୍ରୋସିକ୍ୟୁସନ ଉପନିର୍ଦ୍ଦେଶକ ଏସ କେ ସାମନ୍ତ ଆବଶ୍ୟକ ପରାମର୍ଶ ଦେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories