www.samajalive.in
Thursday, December 11, 2025
18.1 C
Bhubaneswar

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ ଦେଇଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଛି। ଶତକରୁ ବଞ୍ଚିତ ହୋଇଥିବା କ୍ବିଣ୍ଟନ ଡି’କକ ମାତ୍ର ୪୬ ବଲରେ ସର୍ବାଧିକ ୯୦ ରନ କରିଥିଲେ, ଯେଉଁଥିରେ ୭ଟି ବିଶାଳ ଛକା ସାମିଲ ଥିଲା।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଯଦିଓ ୩୮ ରନରେ ପ୍ରଥମ ଉଇକେଟ ହରାଇଥିଲା ଦଳ, ତେବେ କ୍ବିଣ୍ଟନ ଡି’କକ୍ ଏବଂ ଏଡେନ ମର୍କରମ ୨ୟ ଉଇକେଟ ଯୋଡ଼ିରେ ୮୩ ରନ ଯୋଡ଼ି ଦଳ ପାଇଁ ମଜଭୁଦ ମୂଳଦୂଆ ପକାଇଥିଲେ। ଏହା ପରେ ଡି’କକ ଅନ୍ୟ ସାଥୀ ଖେଳାଳିଙ୍କ ସହିତ ମିଶି ଦଳକୁ ଏକ ବଡ଼ ସ୍କୋର ଅଭିମୁଖେ ଆଗେଇ ନେଇଥିଲେ। ୧୫.୧ ଓଭରରେ ଦଳର ସ୍କୋର ୧୫୬ ରନ ହୋଇଥିବା ବେଳେ ସେ ୯୦ ରନ କରି ଆଉଟ ହୋଇଥିଲେ। ହେଲେ ଏହା ପରେ ଦୋନୋଭା ଫେରେରା ଏବଂ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ବଡ଼ ସ୍କୋର କରିବାରେ ସହାୟତା କରିଥିଲେ। ଦୋନୋଭାନ ୧୬ ବଲରୁ ୩୦ ଏବଂ ମିଲର ୧୨ ବଲରୁ ୨୦ ରନ କରିଥିଲେ।

- Advertisement -

ଭାରତୀୟ ବୋଲର ଭାବେ ଆରମ୍ଭରୁ ନିରାଶଜନକ ପ୍ରଦର୍ଶନ କରିଥିଲେ। ଠିକ୍‌ ସମୟରେ ଦଳକୁ ଉଇକେଟ ଦେବାରେ ବିଫଳ ହୋଇଥିବା ଭାରତୀୟ ବୋଲରଙ୍କ ବୋଲିଂ ପ୍ରଭାବଶୂନ୍ୟ ପରି ମନେ ହେଉଥିଲା। ସବୁଠୁ ଆଶ୍ଚର୍ଯ୍ୟ କରିଥିବା ଅର୍ଶଦୀପ ସିଂହଙ୍କ ୭ଟି ୱାଇଡ୍ ବିଶିଷ୍ଟ ଓଭର। ଗୋଟିଏ ଓଭରରେ ସେ ୭ଟି ୱାଇଡ ପକାଇ ଚର୍ଚ୍ଚାକୁ ଆସିଥିଲେ। ଯାହାଫଳରେ ସେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଏହି ଓଭରରେ ସେ ୧୮ ରନ ଦେଇଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଉଇକେଟ ନେଇଥିବାବେଳେ ଅକ୍ଷର ପଟେଲ ୧ଟି  ଉଇକେଟ ଅକ୍ତିଆର କରିଥିଲେ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories