www.samajalive.in
Friday, December 12, 2025
27.1 C
Bhubaneswar

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପରେ ଟ୍ରମ୍ପଙ୍କ ସହ ତୃତୀୟ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ କରିବା ପାଇଁ ଆଲୋଚନା ହୋଇଥିବା ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ ରେ ଜଣାଇଛନ୍ତି । ଉଭୟ  ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଉପରେ ମତ ବିନିମୟ କରିଥିବା ସୂଚନା ମିଳିଛି ।

ରୁଷୀୟ ତୈଳ କ୍ରୟ ପାଇଁ ଦେଶର କିଛି ପ୍ରମୁଖ ରପ୍ତାନି ଉପରେ ୫୦% ଆମେରିକୀୟ ଶୁଳ୍କ ବୃଦ୍ଧି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଏହି ଶୁଳ୍କ ବୃଦ୍ଧିରୁ ମୁକ୍ତି ଚାହୁଁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ମୋଦୀ ସାମାଜିକ ଗଣମଧ୍ୟମ ଏକ୍ସରେ ଲେଖିଛନ୍ତି ଯେ, ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମୀକ୍ଷା କରିଛୁ ଏବଂ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା କରିଛୁ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର୍ବ ଅନୁସାରେ, ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ଘଟଣାରେ ସତ୍ୟତା ଥିବା ଦର୍ଶାଇଛନ୍ତି । କିନ୍ତୁ କ’ଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି ବିବରଣୀ ଦେଇ ନାହାଁନ୍ତି ।

- Advertisement -

ଟ୍ରମ୍ପ ଭାରତରୁ ଆମଦାନୀ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୫୦% ପର୍ଯ୍ୟନ୍ତ କରିଛନ୍ତି । ଯାହା କପଡ଼ା, ରାସାୟନିକ ପଦାର୍ଥ ଏବଂ ଚିଙ୍ଗୁଡ଼ି ଭଳି ଖାଦ୍ୟ ସାମଗ୍ରୀର ରପ୍ତାନିକୁ ପ୍ରଭାବିତ କରିଛି । ମୋଦି ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନାକୁ “ଉଷ୍ମ ଏବଂ ଆକର୍ଷଣୀୟ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ସେ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକାଠି କାମ କରିବେ । ଜୁଲାଇ ଶେଷ ଭାଗରେ ଭାରତ ଆମେରିକାର କୃଷି ଉତ୍ପାଦ ପାଇଁ ତା’ର ବଜାର ଖୋଲିବାକୁ ପ୍ରତିରୋଧ କରିବା ଏବଂ ଭାରତ-ପାକିସ୍ତାନ ବିବାଦ ସମୟରେ ମଧ୍ୟସ୍ଥତା କରିବାରେ ଟ୍ରମ୍ପଙ୍କ ଭୂମିକାକୁ ସ୍ୱୀକାର କରିବାକୁ ମନା କରିବା ପରେ ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ ଆଲୋଚନା ଭାଙ୍ଗି ଯାଇଥିବା ଅନ୍ତର୍ଜାତୀୟ ଗଣମାଧମ ପ୍ରକାଶ କରିଛି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories