ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ ୩ ତାରିଖରୁ ମଣ୍ଡି ଉଦ୍ଘାଟିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସବୁ ଧାନ କ୍ରୟ କେନ୍ଦ୍ର ଖୋଲିନାହିଁ। ମଣ୍ଡିକୁ ମିଲର ଯାଇ ନାହାନ୍ତି କି ମଣ୍ଡି ରୁ ଧାନ ଉଠୁନାହିଁ। ଏହାକୁ ନେଇ ନୂଆପଡ଼ା ସଦର ବ୍ଲକରେ ଚାଷୀ ଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।
ଆଜି ବିଜୁ ଜନତା ଦଳ ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ମାଝୀ, ନୂଆପଡ଼ା ସଦର ବ୍ଲକ ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, ଡୁମେରପାନି ସରପଞ୍ଚ ଟେକ୍ ରାମ ନିଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି।



