www.samajalive.in
Friday, December 12, 2025
26.1 C
Bhubaneswar

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି ‘ଧୁରନ୍ଧର’ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି ‘ଧୁରନ୍ଧର’। ପ୍ରଥମ ସପ୍ତାହ ଶେଷ ହେବା ପୂର୍ବରୁ ଏହି ସିନେମାଟି ୨ଶହ କୋଟିରେ ପହଞ୍ଚିଚି । ଏହି ସିନେମାଟି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛି ।

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର ସିନେମାରେ ରଣବୀର ସିଂ, ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନଙ୍କ ଭଳି ପ୍ରମୁଖ କଳାକାର ଅଛନ୍ତି ।
ସମସ୍ତ ଚରିତ୍ର ଓ କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି । ଗୀତଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ଧରିଛି । ଫିଲ୍ମଟି ପ୍ରଥମ ଦିନରେ ୨୮.୬୦ କୋଟି ଟଙ୍କା ରୋଜଗାର କରିଛି । ସେହିପରି ଦ୍ୱିତୀୟ ଦିନରେ ୩୩.୧୦ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୪୪.୮୦ କୋଟି ଟଙ୍କା ଆୟ କରିଥିଲା ।
ଘରୋଇ ବକ୍ସ ଅଫିସରେ ଏହାର ପ୍ରଥମ ସପ୍ତାହରେ, ଧୁରନ୍ଧର ଭାରତରେ ମୋଟ ୧୦୬.୫୦ କୋଟି ଟଙ୍କା ଏବଂ ବିଶ୍ୱବ୍ୟାପୀ ୧୬୦.୧୫ କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ଚତୁର୍ଥ ଦିନରେ ୨୪.୩୦ କୋଟି ଟଙ୍କା ଏବଂ ପଞ୍ଚମ ଦିନରେ ୨୮.୬୦ କୋଟି ଟଙ୍କା ରୋଜଗାର କରିଥିଲା । ୫ମ ଦିନରେ ଭାରତରେ ୧୫୯.୪୦ କୋଟି ଟଙ୍କା ଆୟ କରି ଫିଲ୍ମଟି ୧୫୦ କୋଟି ଟଙ୍କା ପାର୍ କରିଛି ।

- Advertisement -

ଫିଲ୍ମଟି ଷଷ୍ଠ ଦିନରେ ୨୬.୫ କୋଟି ଟଙ୍କା ରୋଜଗାର କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୧୮୦ କୋଟି ଟଙ୍କାରେ ପହଞ୍ଚିଛି । ଧୁରନ୍ଧର ସିନେମାଟି ରଣଭୀର ସିଂଙ୍କ ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ଓପନିଂ ଫିଲ୍ମ ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

Related Articles

Popular Categories