www.samajalive.in
Saturday, December 13, 2025
23.1 C
Bhubaneswar

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ

କଟକ : ସୂଚନା ଓ ଲୋକ ସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ସମସ୍ତ ସରକାରୀ ଯୋଜନା ଓ ନିଷ୍ପତ୍ତି ସମ୍ପର୍କିତ ସୂଚନା ଏହି ବିଭାଗ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥାଏ। ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ସହିତ ବରପୁତ୍ରମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ମଧ୍ୟ ଏହି ବିଭାଗ ପକ୍ଷରୁ ପାଳନ କରାଯାଇଥାଏ। ବିଭାଗ ପକ୍ଷରୁ ରାଜ୍ୟ, ଜିଲା ଏବଂ ଉପଖଣ୍ତ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ମୁଖ୍ୟାଳୟ ତଥା ବିଭିନ୍ନ ବିଭାଗରେ ନିଯୁକ୍ତ ସୂଚନା ଅଧିକାରୀ ମାନେ ସରକାରୀ ଯୋଜନା, କାର୍ଯ୍ୟକ୍ରମ, ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଜନ ସାଧାରଣଙ୍କୁ ଜଣାଇବା ଏବଂ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସରକାରଙ୍କ ନଜରକୁ ଆଣିବା କାର୍ଯ୍ୟ ନିର୍ବାହ କରିଥାନ୍ତି। ତେବେ ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏକ ରକମର ସ୍ଥାଣୁ ଓ ଦିଗହରା ହୋଇଛି। ଏହି ବିଭାଗ ଅଧୀନରେ ଅନେକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଥିଲେ ମଧ୍ୟ ଏହା ପୂରଣ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି ଓ ଖାଲିଥିବା ପଦବୀ ପୂରଣ ହେଉ ନଥିବାରୁ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି।
ସେହିପରି ୧୭ଟି ଉପ ନିର୍ଦେଶକ ପଦରୁ ୧୨ଟି ଖାଲି ପଡ଼ିଛି। ପ୍ରଥମ ଶ୍ରେଣୀ ତଥା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ତରରେ ୪୯ ଟି ଅନୁମୋଦିତ ପଦରୁ ପାଖାପାଖି ୪୦ ଟି ଖାଲି ପଡ଼ିଛି। ସେହିପରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ତରରେ ମଧ୍ୟ ବହୁ ପଦ ଖାଲି ପଡ଼ିଛି। ପଦ ଖାଲି ପଡ଼ିବା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ୱତନ୍ତ୍ର ଭାବେ ଲୋକ ସମ୍ପର୍କ ଅଧିକାରୀ ନିଯୁକ୍ତ ହୋଇପାରୁନାହାନ୍ତି। ବିଭାଗର ଗୁରୁତ୍ବକୁ ଉପଲବ୍ଧି କରି ପୂର୍ବ ସରକାରଙ୍କ ସମୟରେ ଦୁଇ ଦୁଇ ଥର କ୍ୟାଡର ପୁନର୍ଗଠନ କରାଯାଇ ବିଭିନ୍ନ ବର୍ଗରେ ପଦ ସଂଖ୍ୟା ବୃଦ୍ଧି କରାଯାଇଥିଲା। ଏହି ବିଭାଗ ଏବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି; କିନ୍ତୁ ଏତେ ସଂଖ୍ୟାରେ ପଦ ଖାଲିଥିବା ସମ୍ପର୍କରେ ସରକାରଙ୍କ ନଜରକୁ ଅଣାଯାଉ ନଥିବା ଅଭିଯୋଗ ହେଉଛି। ଫଳରେ ସରକାର କାର୍ଯ୍ୟକାରୀ କରୁଥିବା ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହଁ। ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ଓ ପ୍ରସାରଣ ହେଉଥିଲେ ମଧ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିକଟ ଅତୀତରେ ବହୁ ଅଧିକାରୀ ଓ କର୍ମଚାରୀ ଅବସର ଗ୍ରହଣ କରିସାରିଥିବା ବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ସଂଖ୍ୟାଧିକ ଅଧିକାରୀ ଓ କର୍ମଚାରୀ ଅବସର ଗ୍ରହଣ କରୁଥିବା ଜଣାପଡ଼ିଛି। ନିୟମିତ ନିଯୁକ୍ତି ଓ ପଦୋନ୍ନତି ହେଉନଥିବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ତେଣୁ ତୁରନ୍ତ ପଦ ପୂରଣ କରି ସରକାର ନିଜର ଯୋଜନା ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories