www.samajalive.in
Saturday, December 13, 2025
23.1 C
Bhubaneswar

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡିଥିବାରୁ ତାଙ୍କୁ ଗୁରୁବାର ରାତିରୁ ଭେଣ୍ଟିଲେଟରରେ ରଖାଯାଇଛି। ବେଗମ ଜିଆ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାବେଳେ ଶରୀରରେ ଅମ୍ଳଜାନ ମାତ୍ରା ହ୍ରାସ ପାଇବାରେ ଲାଗିଛି। ବେଗମ ଜିଆ ନଭେମ୍ବର ୨୩ରୁ ସ୍ଥାନୀୟ ଏଭରକେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ଫୁସ୍‌ଫୁସ୍‌ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ସଂକ୍ରମଣ ହୋଇଥିବାରୁ ଡାକ୍ତରମାନେ ତାଙ୍କୁ ଇଲେକ୍ଟିଭ୍‌ ଭେଣ୍ଟିଲେଟର ସପୋର୍ଟରେ ରଖିଥିଲେ। ବେଗମ ଜିଆଙ୍କ କିଡ୍‌ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ତାଙ୍କର ଡାଏଲିସିସ୍‌ କରାଯାଉଛି। ଛାତି ଭାଲଭ୍‌ରେ ଅଧିକ ସଂକ୍ରମଣ ହୋଇଥିବାରୁ ଡାକ୍ତର ଟିଇଇ (ଟ୍ରାନ୍ସୋଇସୋଫଜିଲ ଇକୋ କାର୍ଡିଓଗ୍ରାମ) କରିଥିଲେ।

ଏହାସତ୍ତ୍ବେ ବେଗମ ଜିଆଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉନାହିଁ। ଗତ ସପ୍ତାହରେ ତାଙ୍କୁ ଲଣ୍ଡନ ସ୍ଥାନାନ୍ତର କରିବାକୁ ବାଂଲାଦେଶ ସରକାର ଚିନ୍ତା କରିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାର କରୋନାରୀ କେୟାର ୟୁନିଟରେ ରଖାଯାଇଛି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲେ, ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଲଣ୍ଡନ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରୀ ଦଳ କହିଛନ୍ତି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories