www.samajalive.in
Saturday, December 13, 2025
14.1 C
Bhubaneswar

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର ବ୍ୟୟବରାଦକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମଞ୍ଜରୀ ପ୍ରଦାନ କରିଛି। ୨୦୨୭ରେ ହେବାକୁ ଯାଉଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୬ ଏପ୍ରିଲର ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ଦେଶରେ ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା କରାଯିବ। ଦ୍ବିତୀୟ ପର୍ଯ୍ୟାୟ ୨୦୨୭ ଫେବୃଆରୀରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଲୋକସଂଖ୍ୟା ଗଣନା କରାଯିବ। ତେବେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ, ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟର ତୁଷାରପାତ ପ୍ରବଣ ଅଞ୍ଚଳ ପାଇଁ ଜନସଂଖ୍ୟା ଗଣନା ସେପ୍ଟେମ୍ବର ୨୦୨୬ରେ କରାଯିବ। ତଥ୍ୟ ସଂଗ୍ରହ ପାଇଁ ମୋବାଇଲ୍ ଆପ୍ ଏବଂ ତଦାରଖ ଲାଗି କେନ୍ଦ୍ରୀୟ ପୋର୍ଟାଲର ବ୍ୟବହାର ଉନ୍ନତ ଗୁଣବତ୍ତାସମ୍ପନ୍ନ ତଥ୍ୟ ସୁନିଶ୍ଚିତ କରିବ। ଏଥିପାଇଁ ଆଣ୍ଡ୍ରଏଡ୍ ଓ ଓଆଇଏସ୍‌ ବ୍ୟବହାର କରାଯିବ। ତଥ୍ୟ ପ୍ରସାର ଅତ୍ୟନ୍ତ ଉନ୍ନତ ଏବଂ ବ୍ୟବହାରକାରୀ ଅନୁକୂଳ ଉପାୟରେ ହେବ। ନୀତି ନିର୍ଦ୍ଧାରଣ ପାଇଁ ଆବଶ୍ୟକ ମାପଦଣ୍ଡଗୁଡ଼ିକ ଉପରେ ସମସ୍ତ ପ୍ରଶ୍ନ ଗୋଟିଏ ବଟନ୍ କ୍ଲିକ୍‌ରେ ଉପଲବ୍ଧ ହେବ।

୨୦୨୭ ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରିବା ଲାଗି ୩୦ ଏପ୍ରିଲ ୨୦୨୫ରେ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଆମ ଦେଶରେ ସାମାଜିକ ଏବଂ ଜାତିଗତ ବିବିଧତା ଜନିତ ଆହ୍ୱାନ ସତ୍ତ୍ବେ ଇଲେକ୍ଟ୍ରୋନିକ୍ ଭାବରେ ଜାତିଗତ ତଥ୍ୟ ସଂଗ୍ରହ କରାଯିବ। ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ଏହି ତଥ୍ୟ ସଂଗ୍ରହ କରାଯିବ।

- Advertisement -

ଜନଗଣନା କାର୍ଯ୍ୟର ତଥ୍ୟ ସଂଗ୍ରହ, ତଦାରଖ ଏବଂ ତତ୍ତ୍ୱାବଧାନ ପାଇଁ ଗଣନାକାରୀ, ପର୍ଯ୍ୟବେକ୍ଷକ, ମାଷ୍ଟର ଟ୍ରେନର, ଚାର୍ଜ ଅଫିସର ଏବଂ ପ୍ରମୁଖ/ଜିଲା ଜନଗଣନା ଅଧିକାରୀ ସମେତ ପ୍ରାୟ ୩୦ ଲକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସମସ୍ତ ଜନଗଣନା କର୍ମଚାରୀଙ୍କୁ ଜନଗଣନା କାର୍ଯ୍ୟ ଲାଗି ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ କାରଣ ସେମାନେ ସେମାନଙ୍କର ନିୟମିତ ଦାୟିତ୍ୱ ଅତିରିକ୍ତ ଏହି କାର୍ଯ୍ୟ କରିବେ। ଜନଗଣନା ୨୦୨୭କୁ ସଫଳ କରିବା ପାଇଁ ପ୍ରାୟ ୧୮,୬୦୦ ବୈଷୟିକ ମାନବ ଶକ୍ତି ପ୍ରାୟ ୫୫୦ ଦିନ ପାଇଁ ନିୟୋଜିତ ହେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରାୟ ୧.୦୨ କୋଟି ମାନବ ଦିବସ ନିଯୁକ୍ତି ସୃଷ୍ଟି ହେବ। ୨୦୨୭ ଜନଗଣନା ଦେଶର ଷୋଡ଼ଶ ଏବଂ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ। ଜନଗଣନା ହେଉଛି ଗ୍ରାମ, ସହର ଏବଂ ୱାର୍ଡ ସ୍ତରରେ ପ୍ରାଥମିକ ତଥ୍ୟର ସବୁଠାରୁ ବଡ଼ ଉତ୍ସ। ଏହା ପାରିବାରିକ ଅବସ୍ଥା; ସୁବିଧା ଏବଂ ସମ୍ପତ୍ତି, ଜନସଂଖ୍ୟା, ଧର୍ମ, ଅନୁସୂଚିତ ଜାତି ଓ ଜନଜାତି, ଭାଷା, ସାକ୍ଷରତା ଓ ଶିକ୍ଷା, ଆର୍ଥିକ କାର୍ଯ୍ୟକଳାପ, ପ୍ରବାସ ଓ ପ୍ରଜନନ ସମେତ ବିଭିନ୍ନ ମାପଦଣ୍ଡ ଉପରେ ସୂକ୍ଷ୍ମ ସ୍ତରୀୟ ତଥ୍ୟ ପ୍ରଦାନ କରେ। ଜନଗଣନା ଆଇନ, ୧୯୪୮ ଏବଂ ଜନଗଣନା ନିୟମ ୧୯୯୦ ଜନଗଣନା ପରିଚାଳନା ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରେ।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories