ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା ବିମାନ ବନ୍ଦରରେ ପହଞ୍ଚିଥିଲେ ଲିଓନେଲ୍ ମେସି । ବିଳମ୍ବିତ ରାତିରେ ମେସି ଯେତେବେଳେ କଲକାତା ବିମାନବନ୍ଦରରେ ପହଞ୍ଚିଥିଲେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ମେସିଙ୍କ ଟିକେ ଝଲକ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ବିମାନବନ୍ଦରରେ ଅସମ୍ଭାଳ ଭିଡ ଜମାଇଥିଲେ । ମେସି ଭାରତକୁ ଆସିଥିବାରୁ ପ୍ରଶଂସକ ମାନେ ବେଶ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଦେଖିବାକୁ ଭିଡ ଲଗାଉଛନ୍ତି ।
Massive crowd gathered outside Kolkata airport for Messi.
Crazy scenes for Messi !! pic.twitter.com/lRBXrDDAXR https://t.co/hUMQQNka1J
— News Algebra (@NewsAlgebraIND) December 12, 2025
ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ମେସି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମେସି ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ୟ୍ୟନ୍ତ ଭାରତରେ ରହିବେ, କଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଚାରୋଟି ଭିନ୍ନ ଭିନ୍ନ ସହର ପରିଦର୍ଶନ କରିବେ।



