www.samajalive.in
Monday, December 15, 2025
16.1 C
Bhubaneswar

ପିକଅପ ଭ୍ୟାନ ଧକ୍କାରେ ବସ ମାଲିକଙ୍କ ମୃତ୍ୟୁ

ଫୁଲବାଣୀ: ଫୁଲବାଣୀ ସହରର ଗାନ୍ଧୀଛକଠାରେ ବୁଧବାର ଏକ କୁକୁଡ଼ା ବୁହା ପିକଅପ ଭ୍ୟାନ ଧକ୍କାରେ ଜଣେ ବସ ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତ୍ରିଲୋଚନ ପ୍ରଧାନ। ବୁଧବାର ସକାଳେ ସୁନାପ୍ରତିମା ନାମକ ଯାତ୍ରୀବାହୀ ଘରୋଇ ବସ୍ ଷ୍ଟାଣ୍ଡରୁ ବାହାରି ଗାନ୍ଧୀ ଛକ ନିକଟରେ ଯାତ୍ରୀ ଅପେକ୍ଷାରେ ଠିଆ ହୋଇଥିବା ବେଳେ ବସ୍ ମାଲିକ ତ୍ରିଲୋଚନ ପାଖରେ ଠିଆ ହୋଇ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଥିଲେ। ସେହି ସମୟରେ ମାଦିକୁନ୍ଦା ଛକ ପଟରୁ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ପ୍ରଥମେ ବସର ଆଗ ପଟକୁ ପିଟିବା ପରେ ବସ୍ ନିକଟରେ ଠିଆ ହୋଇଥିବା ତ୍ରିଲୋଚନଙ୍କୁ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ନିକଟସ୍ଥ ଏକ ପାଚେରୀରେ ପିଟି ହୋଇଥିଲା। ତ୍ରିଲୋଚନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ  ଫୁଲବାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories