www.samajalive.in
Saturday, December 6, 2025
15.1 C
Bhubaneswar

୧୦୦ ବର୍ଷ ପରେ ରାହୁ-ମଙ୍ଗଳଙ୍କ ଚଳନ ; ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ହେବ ଧନବର୍ଷା, ସୁଖମୟ ବୈବାହିକ ଜୀବନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶି ଓ ନକ୍ଷତ୍ରକୁ ଚଳନ କରି ଥାନ୍ତି । ରାହୁ ଓ ମଙ୍ଗଳ ଗ୍ରହ ପ୍ରାୟ ୧୦୦ ବର୍ଷ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶି ଓ ନକ୍ଷତ୍ରକୁ ଚଳନ କରୁଛନ୍ତି। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଏହି ଚଳନ ଫଳରେ କିଛି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ।

ଆଗାମୀ କିଛି ଦିନ ମଧ୍ୟରେ ରାହୁ ଓ ମଙ୍ଗଳ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବେ। କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ରାହୁ ଓ ମଙ୍ଗଳଙ୍କ ଏହି ଚଳନ ହେତୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଏମାନେ ଭାଗ୍ୟଶାଳୀ ହେବେ..

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛାୟା ଗ୍ରହ କୁହାଯାଉଥିବା ରାହୁ ବର୍ତ୍ତମାନ ଉତ୍ତରା ଭାଦ୍ରପଦର ୨ୟ ପଦରେ ବିଚରଣ କରୁଛନ୍ତି। ୧୨ ଜାନୁଆରୀ ୨୦୨୫ ରବିବାରରେ ରାତି ୯ଟା ୧୧ରେ ୨ୟ ପଦରୁ ପ୍ରଥମ ପଦରେ ପ୍ରବେଶ କରିବେ । ସେହିଭଳି କଲ୍ୟାଣକାରୀ ଗ୍ରହ କୁହାଯାଉଥିବା ମଙ୍ଗଳ ଗ୍ରହ ମଧ୍ୟ ୧୨ ଜାନୁଆରୀରେ ରାତି ୧୧ଟା ୫୨ରେ ପୁନର୍ବସୁ ନକ୍ଷତ୍ରରେ ଚଳନ କରିବେ। ଏହି ଦିନରୁ ଏହି ୩ ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଏମାନଙ୍କ ଧନ ବୃଦ୍ଧି ସହ ଅଟକି ଥିବା ସମସ୍ତ କାମ ପୂରଣ ହେବ। ଜାଣନ୍ତୁ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଧନ କ୍ଷେତ୍ରରେ ଖୁବ୍‌ ଲାଭ ମିଳିବ। କୌଣସି ପୁରୁଣା ନିବେଶରୁ ଖୁବ୍‌ ଧନ ପ୍ରାପ୍ତି ହେବ। ହଠାତ୍‌ ଧନ ମିଳିବା କାରଣରୁ ଗାଡି କିମ୍ବା ଭୂମି କିଣିବାର ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ। ପୁରୁଣା ରୋଗରୁ ଧିରେ ଧିରେ ମୁକ୍ତି ମିଳିବ। ମାନସିକ ଶାନ୍ତି ମିଳିବା ସହ ବହୁତ ଦିନରୁ ଥିବା ଏକ ଇଚ୍ଛା ପୂରଣ ହେବ।

ସିଂହ – ଉଭୟ ଗ୍ରହଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ହେବ ଶୁଭଙ୍କର। ମାନ-ସମ୍ମାନ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ଯାତ୍ରା କରିବାର ମଧ୍ୟ ଯୋଗ ରହିଛି। କର୍ମକ୍ଷେତ୍ରରେ ସ୍ୱର୍ଣ୍ଣ ଦିନର ଆରମ୍ଭ ହେବ। ସହକର୍ମୀଙ୍କ ସହଯୋଗ ମିଳିବା ସହ ଉନ୍ନତି ହେବ।

ବାସ୍‌ ଗୋଟିଏ ସରଳ ଉପାୟରେ ଦୂର ହେବ ଧନ, ଚାକିରି, ରୋଗ ସମସ୍ୟା..

ଧନୁ – ରାହୁ-ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଧନୁ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ। ସୁଖସମୃଦ୍ଧି ବୃଦ୍ଧି ସହ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭ ଖବର ମିଳିବ। ଆମଦାନୀର ନୂଆ ନୂଆ ଦିଗ ସାମ୍ନାକୁ ଆସିବ। ଆର୍ଥିକ ସ୍ଥିତିରେ ଜବରଦସ୍ତ ଲାଭ ମିଳିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ନୂଆ ଯାନ କିଣିବାର ଯୋଗ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories