www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ ପାଇଲଟମାନଙ୍କ ପାଇଁ ଆସିଥିବା ନୂଆ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ(ଏଫଡିଟିଏଲ) ନିୟମ ଲାଗୁ କରିବାରେ ବି ସମସ୍ୟା ଉପୁଜିଛି। ଏହା ମଧ୍ୟରେ ଶୁକ୍ରବାର ୧ ହଜାରରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଛି। ଯାହାକୁ ନେଇ ପ୍ରତିକ୍ରିୟା ରଖଛନ୍ତି କମ୍ପାନୀର ସିଇଓ।

ଇଣ୍ଡିଗୋ ସିଇଓ ପିଟର ଏଲବର୍ସ ଶୁକ୍ରବାର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଗତ କିଛିଦିନ ହେବ ବିମାନ କମ୍ପାନୀର କାର୍ଯ୍ୟକଳାପରେ ସମସ୍ୟା ସୃଷ୍ଟି ହୋଇଛି। ଆଜି ଅର୍ଥାତ ଡିସେମ୍ବର ୫ରେ ସବୁଠୁ ବେଶୀ ସମସ୍ୟା ସୃଷ୍ଟି ହୋଇଛି। ଆଜି ଆମକୁ ୧ ହଜାରରୁ ଅଧିକ ଉଡ଼ାର ରଦ୍ଦ କରିବାକୁ ପଡ଼ିଛି। ଅର୍ଥାତ ଏହା ଆମର ଦୈନିକ ଉଡ଼ାଣର ଅଧାରୁ ଅଧିକ। ଆଜି ଇଣ୍ଡିଗୋର ପୂରା ସିଷ୍ଟମକୁ ରିବୁଟ୍‌ କରାଯାଉଛି। ତେଣୁ ଏଭଳି ସମସ୍ୟା ଉପୁଜିଛି। ଯାତ୍ରୀମାନଙ୍କ ସମସ୍ୟା ପାଇଁ କ୍ଷମାପ୍ରାର୍ଥନା କରୁଛି।

- Advertisement -

ଅନ୍ୟପଟେ କେନ୍ଦ୍ର ସରକାର ଇଣ୍ଡିଗୋ ସମସ୍ୟାର ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ କରିଛନ୍ତି। କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories