www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ ​‌ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ମିଳିତ ବିବୃତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦଠାରୁ ଆରମ୍ଭ କରି ୟୁକ୍ରେନରେ ଶାନ୍ତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେପଟେ ପୁଟିନ ରୁଷ ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବହୁତ ମଜଭୁତ ବୋଲି କହିଛନ୍ତି।

କ’ଣ କହିଲେ ମୋଦୀ ?

- Advertisement -

-‘ଠିକ୍‌ ୨୫ ବର୍ଷ ପୂର୍ବେ ପୁଟିନ ରଣନୀତିକ ଭାଗିଦାରୀର ନିଅଁ ରଖିଥିଲେ। ସ୍ବତନ୍ତ୍ର ଏବଂ ସ୍ବାଧିକାର ସମ୍ପର୍କର ମାନ୍ୟତା ଦିଆଗଲା। ସେ ଏହି ସମ୍ପର୍କକୁ ନିରନ୍ତର ଆଗକୁ ନେଇଚାଲିଲେ। ତାଙ୍କ ନେତୃତ୍ଵ ପାରସ୍ପରିକ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି। ଭାରତ ପ୍ରତି ଏପରି ଗଭୀର ବନ୍ଧୁତା ଏବଂ ଅତୁଟ ପ୍ରତିବଦ୍ଧତା ପାଇଁ ରାଷ୍ଟ୍ରପତି ପୁଟିନ ଏବଂ ମୋର ବନ୍ଧୁଙ୍କୁ ହୃଦୟରୁ କୃତଜ୍ଞତା ଜରାଉଛି।‘

– ବିଶ୍ଵରେ ଅନେକ ଭଲ ଏବଂ ଖରାପ ପରିସ୍ଥିତି ଆସିଛି। ମାନବତାକୁ ସଙ୍କଟ ଦେଇ ଗତି କରିବାକୁ ପଡ଼ିଛି। ଏସବୁ ମଧ୍ୟରେ ଭାରତ-ରୁଷ ବନ୍ଧୁତା ଏକ ଧ୍ରୂବତାରା ଭଳି ରହିଛି।

-ଆମେ ଭାରତ-ରୁଷ ମଧ୍ୟରେ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମକୁ ୨୦୩୦ ପର୍ଯ୍ୟନ୍ତ ଜାରି ରଖିବା ଲାଗି ସହମତ ହୋଇଛୁ।

-ଆଜି ପୁଟିନ ଏବଂ ମୋତେ ଭାରତ-ରୁଷ ବିଜନେସ ଫୋରମରେ ସାମିଲ ହେବାକୁ ଅବସର ମିଳିବ।

-ନିକଟରେ ରୁଷରେ ଭାରତର ୨ଟି ଦୂତାବାସ ଖୋଲିଛି। ଏହାଦ୍ବାରା ଘନିଷ୍ଠତା ବୃଦ୍ଧି ପାଇବ। ରୁ​‌ଷ ନାଗରିକମାନଙ୍କ ପାଇଁ ୩୦ ଦିନିଆ ଇ-ପର୍ଯ୍ୟଟକ ଭିଜା ଆରମ୍ଭ କରିବାକୁ ଯାଉଛୁ।

-ଭାରତ ଆରମ୍ଭରୁ ୟୁକ୍ରେନ ପ୍ରସଙ୍ଗରେ ଶାନ୍ତିର ପକ୍ଷ ରଖିଛି। ଆମେ ଏହି ମାମଲାର ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପର ସ୍ବାଗତ କରୁଛୁ। ଭାରତ ସର୍ବଦା ନିଜର ଯୋଗଦାନ ଦେବାକୁ ପ୍ରସ୍ତୁତ ରହିଛି ଏବଂ ଭବିଷ୍ୟତରେ ବି ଏଭଳି ରହିବ।

– ଆତଙ୍କବାଦ ବିରୋଧୀ ଲଢ଼େଇରେ ରୁଷ ସହଯୋଗ କରିଛି। ପହଲଗାଓଁ ହେଉ କିମ୍ବା କ୍ରୋକସ ସିଟି ହଲ୍‌ ଉପରେ ଆକ୍ରମଣ, ଏସବୁର ଜଡ଼ ହେଉଛି ଗୋଟିଏ। ଆତଙ୍କବାଦ ମାନବତାର ମୂଲ୍ୟବୋଧ ଉପରେ ସିଧା ପ୍ରହାର। ଏହା ବିରୋଧରେ ଲଢ଼େଇ ପାଇଁ ବୈଶ୍ଵିକ ଏତା ଆମର ଏକ ବଡ଼ ଶକ୍ତି।

କ’ଣ କହିଲେ ପୁଟିନ ?

-‘ରୁଷ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ମଜଭୁତ। ଆର୍ଥିକ କ୍ଷେତ୍ରଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଆମ ସମ୍ପର୍କ ଅଧିକ ଦୃଢ଼ ହେଉଛି।

-ଆମେ ଟ୍ରେନ, ନିବେଶ ଏବଂ ବୈଷୟିକ କ୍ଷେତ୍ରକୁ ନେଇ ଆଲୋଚନା ବୃଦ୍ଧି କରୁଛୁ। ରୁଷ ଏବଂ ଭାରତୀୟ ଅର୍ଥନୈତିକ ସହଯୋଗ ସଂଗଠନ ପରସ୍ପର ସହିତ ମିଳିତ ହୋଇ କାମ କରୁଛନ୍ତି।

– ତୈଳ, ଗ୍ୟାସ ଭଳି ସମସ୍ତ ସାମଗ୍ରୀ ଦେବାକୁ ଆମେ ପ୍ରସ୍ତୁତ, ଯାହାର ଭାରତର ବିକାଶ ପାଇଁ ଜରୁରୀ। ଏନର୍ଜୀ କ୍ଷେତ୍ର ପାଇଁ ଆମେ ସମସ୍ତ ପ୍ରକାର ସହଯୋଗ କରିବାକୁ ଚାହୁଁଛୁ।

-ରୁଷରେ ଭାରତୀୟ ସିନେମାର ବହୁତ ଚାହିଦା ରହିଛି। ଭାରତୀୟ ମୁଦ୍ରାର ବ୍ୟବହାର ପରିସର ବୃଦ୍ଧି ପାଇଛି।

-ବ୍ରିକ୍ସ ପାଇଁ ମଧ୍ୟ ଭାରତ ବହୁତ ପ୍ରଚେଷ୍ଟା କରିଛି। ବାଣିଜ୍ୟ ଏବଂ ବୈଷୟିକ କ୍ଷେତ୍ର ଆମର ପ୍ରମୁଖ ପ୍ରାଥମିକତା। ଆମେ ରୁଷ ଏବଂ ଭାରତର ନାଗରିକଙ୍କ ପାଇଁ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବାର ପ୍ରୟାସ ଜାରି ରଖିବୁ।

-ଆମେ ସବୁଠୁ ବଡ଼ ଭାରତୀୟ ଆଣବିକ ପ୍ଲାଣ୍ଟର ନିର୍ମାଣ ପ୍ରକଳ୍ପ ଉପରେ ବି କାମ କରୁଛୁ। ୬ଟି ରିଆକ୍ଟର ମଧ୍ୟରୁ ୩ଟି ପୂର୍ବରୁ ଏନର୍ଜୀ ନେଟୱର୍କ ସହିତ ଜୋଡ଼ି ହୋଇସାରିଛି। ଆଉ ୪ଟି ରିଆକ୍ଟର ଏବେ ନିର୍ମାଣାଧୀନ ରହିଛି। ଏହା ଭାରତର କାରଖାନା ଏବଂ ଘରକୁ କ୍ଲିନ ଏନର୍ଜୀ ଯୋଗାଇବାରେ ସହଯୋଗ କରିବ।

– ରୁଷ ଏବଂ ଭାରତ ସମାନ ବିଚାରାଧାରା ରଖୁଥିବା ଦେଶଗୁଡ଼ିକ ସହିତ ସ୍ବତନ୍ତ୍ର ଏବଂ ଆତ୍ମନିର୍ଭର ବିଦେଶ ନୀତିର ସଞ୍ଚାଳନ କରୁଛନ୍ତି। ଆମେ ମିଳିତ ଜାତିସଂଘର ଆଇନର ମୁଖ୍ୟ ସିଦ୍ଧାନ୍ତର ସୁରକ୍ଷା କରୁଛୁ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories