www.samajalive.in
Saturday, December 6, 2025
16.1 C
Bhubaneswar

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ ଏବଂ ରୁଷ ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ। ଏ ନେଇ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ବୁଝାମଣା ହୋଇଛି। ରୁ​‌ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଗସ୍ତ ଅବସରରେ ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ରୁଷଠାରୁ ବହୁ ପରିମାଣରେ ୟୁରିଆ ଆମଦାନୀ କରିଆସୁଛି। ଦେଶରେ ୟୁରିଆ ସାରର ଚାହିଦା ଅଧିକ ଥିବାରୁ ଅନେକ ସମୟରେ ନିଅଣ୍ଟିଆ ସ୍ଥିତି କୃଷି କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହି ଅଭାବକୁ ଦୂର କରିବା ଲାଗି ଭାରତ ଏବେ ରୁଷ ସାଙ୍ଗରେ ମିଶି ୟୁରିଆ ଉତ୍ପାଦନ କରିବ। ଯାହାଫଳରେ ଦେଶରେ ସାର ଅଭାବକୁ ଦୂର କରାଯାଇପାରିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories